fbpx
BSKY
BJD MC SKY
BJD YOUTH SKY

ସୁନା ପିନ୍ଧିବା ସମସ୍ତଙ୍କ ଲାଗି ହୋଇ ନ ଥାଏ ଶୁଭ, ଶାସ୍ତ୍ର ଅନୁଯାୟୀ କେଉଁ ଅଙ୍ଗୁଳିରେ କେଉଁ ମୁଦି ପନ୍ଧିିବା ଉଚିତ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରତ୍ନରେ ତିଆରି ମୁଦି ଭାଗ୍ୟ ବଦଳାଇ ଦେଇପାରେ । ତେବେ ଆପଣଙ୍କ ରାଶିରେ ଗ୍ରହର ସ୍ଥିତି ଅନୁଯାୟୀ ମୁଦି ପିନ୍ଧିବା ଉଚିତ । ଅଧିକାଂଶ ଲୋକ ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସୁନା ସମସ୍ତଙ୍କ ଲାଗି ଶୁଭଦାୟକ ସାବ୍ୟସ୍ତ ହୋଇ ନ ଥାଏ । କିଛି ଲୋକ ସୁନା ପିନ୍ଧିବା ଦ୍ୱାରା ଜୀବନରେ ବହୁ ଦୁଃଖ କଷ୍ଟ ଆସିଥାଏ ।
କେଉଁ ଅଙ୍ଗୁଳିରେ ସୁନା ମୁଦି ପିନ୍ଧିବା ଅନୁଚିତ?
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଶି ଅଙ୍ଗୁଳି ବା ଇଣ୍ଡେକ୍ସ ଫିଙ୍ଗରରେ ସୁନା ମୁଦି ପିନ୍ଧିବା ଦ୍ୱାରା ସୁଖ ସମୃଦ୍ଧି ଆସିଥାଏ । ଏହି ଅଙ୍ଗୁଳିରେ ସୁନା ମୁଦି ଧାରଣ କରିବା ଶୁଭ ମନେ କରାଯାଏ । ସୁନା ସମୃଦ୍ଧି ଓ ବିକାଶର କାରକ ହୋଇଥାଏ ।
-ଶାସ୍ତ୍ର ଅନୁସାରେ ମଝି ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧିବା ଉଚିତ । ମଝି ଅଙ୍ଗୁଳିରେ ଭୁଲ୍‌ରେ ବି ସୁନାର ମୁଦି ପିନ୍ଧନ୍ତୁ ନାହିଁ । ଏହା କରିବା ଦ୍ୱାରା ନକରାତ୍ମକତା ବଢିଥାଏ ।
-ରିଙ୍ଗ୍ ଫିଙ୍ଗର କିମ୍ବା ଅନାମିକା ଅଙ୍ଗୁଳିରେ ତମ୍ବା ମୁଦି ପିନ୍ଧନ୍ତୁ । କାରଣ ଏହି ଅଙ୍ଗୁଳିର ସଂପର୍କ ସୂର୍ଯ୍ୟଙ୍କ ସହ ରହିଛି । ତମ୍ବା ସୂର୍ଯ୍ୟଙ୍କ ଧାତୁ ହୋଇଥାଏ । ତେଣୁ ରିଙ୍ଗ ଫିଙ୍ଗରରେ ତମ୍ବା ମୁଦି ପିନ୍ଧିବା ଦ୍ୱାରା ଲାଭ ମିଳିଥାଏ ।
-ଶାସ୍ତ୍ର ଅନୁସାରେ ଶେଷ ଅଙ୍ଗୁଳି ବା ସବୁଠାରୁ ଛୋଟ ଅଙ୍ଗୁଳିରେ ରୂପା ମୁଦି ପିନ୍ଧିବା ଦ୍ୱାରା ଲାଭ ମିଳିଥାଏ । ଏହା କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ । ଏହା ବ୍ୟତିତ କ୍ରୋଧ କମିଯାଏ ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ ।
-ଯଦି ଆପଣ ସର୍ବଦା ବିଭିନ୍ନ ସମସ୍ୟା ଓ ଚିନ୍ତା ଭିତରେ ରହୁଛନ୍ତି ତେବେ ରୁପା କିମ୍ବା ପ୍ଲାଟିନମ୍ ମୁଦି ପିନ୍ଧନ୍ତୁ । ଏହାଦ୍ୱାରା ଆପଣଙ୍କୁ ସମସ୍ୟାରୁ ମୁକ୍ତି ମିଳିପାରେ ।

Get real time updates directly on you device, subscribe now.