fbpx

IPLରେ ଆଜି ମୁମ୍ବାଇ-ଦିଲ୍ଲୀ ଟକ୍କର: ପ୍ରତିଶୋଧ ଲକ୍ଷ୍ୟରେ ରିଷଭ ପନ୍ତ, ଏମିତି ରହିପାରେ Playing-11

ନୂଆଦିଲ୍ଲୀ: ଆଜି ଆଇପିଏଲ ମହାଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲ ଟୁର୍ଣ୍ଣାମେଣ୍ଟର ଦୁଇ ବଡ଼ ଫିନିସରଙ୍କ ମଧ୍ୟରେ ଆଜି ହେବ କଡ଼ା ଟକ୍କର । ଏଥିପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ଅପରାହ୍ନ ୩.୩୦ରେ ହେବାକୁ ଥିବା ଏହି ମ୍ୟାଚରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ । ଅନ୍ୟ ପକ୍ଷରେ ମ୍ୟାଚ ଜିତି ମୁମ୍ବାଇ ମଧ୍ୟ ପ୍ଲେଅଫ୍ ରେସରେ ରହିବା ପାଇଁ ଉଦ୍ୟମ କରିବ ।

ଆଇପିଏଲ ଇତିହାସରେ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ମୋଟ ୩୪ ଥର ମୁକାବିଲା ହୋଇଛି । ତେବେ ରେକର୍ଡ ଅନୁସାରେ, ମୁମ୍ବାଇ ଦିଲ୍ଲୀ ଉପରେ ଭାରୀ ପଡ଼ିଛି । ୩୪ଟି ମ୍ୟାଚରୁ ମୁମ୍ବାଇ ୧୯ଟି ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୩ଟି ମ୍ୟାଚରେ ବାଜି ମାରିପାରିଛି । ତେବେ ଚଳିତ ସିଜନରେ ମୁମ୍ବାଇ ପକ୍ଷରୁ ସାମାନ୍ୟ ଦୁର୍ବଳ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାପରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀବିପକ୍ଷରେ ବିଜୟ ହାସଲ କରିଛି ହାର୍ଦ୍ଦିକ ସେନା । ତେଣୁ ଆଜିର ମ୍ୟାଚରେ କିଏ ବାଜି ମାରିବ, ତାହା ଦେଖିବାକୁ ବାକି ରହିଲା ।

ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ତେବେ ମୁମ୍ବାଇ ୮ଟି ମ୍ୟାଚରୁ ମାତ୍ର ୩ଟି ବିଜୟ ହାସଲ କରିବାରେ ସଫଳ ହୋଇଛି । ଏହାସହିତ ପଏଣ୍ଟ ଟେବୁଲର ନବମ ସ୍ଥାନରେ ପହଞ୍ଚି ଯାଇଛି ମୁମ୍ବାଇ ଇଣ୍ଡିଆନ୍ସ ।

କେମିତି ରହିବ ଉଭୟ ଦଳର ପ୍ଲେଇଙ୍ଗ-୧୧

ଦିଲ୍ଲୀ କ୍ୟାପିଟାଲ୍ସ: ରିଷଭ ପନ୍ତ(ଅଧିନାୟକ), ପୃଥ୍ୱୀ ଶ’, ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କ, ଅଭିଶେକ ପୋରେଲ, ଶାଏ ହୋପ୍, ଟ୍ରିଷ୍ଟନ୍ ଷ୍ଟବ୍ସ, ଅକ୍ଷର ପଟେଲ, କୁଳଦୀପଯାଦବ, ଏନରିକ ନୋକିଆ, ଖଲିଲ ଅହମଦ ଏବଂ ମୁକେଶ କୁମାର

ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରୋହିତ ଶର୍ମା, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ଡାଭିଡ, ରୋମରିଓ ଶେଫର୍ଡ, ମହମ୍ମଦ ନବୀ, ଗେରାଲ୍ଡ କୋଏଟଜୀ, ଶ୍ରେୟସ ଗୋପାଲ, ଯଶପ୍ରୀତ ବୁମରାହ

Get real time updates directly on you device, subscribe now.