fbpx

’ମୋ ସହିତ ରୁହ, ଆଉ ପିଲା ଜନ୍ମ କର’, ମୁଦି ପିନ୍ଧାଇ ଯୁବତୀଙ୍କୁ ଏପରି ପ୍ରପୋଜ୍ କରିଥିଲେ ହମାସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଜଣେ ଇସ୍ରାଏଲ୍ ମହିଳା ତାଙ୍କ ସହ ଘଟିଥିବା ଏପରି କିଛି ଘଟଣା ସେୟାର କରିଛନ୍ତ ଯାହା ଶୁଣିଲେ ଆପଣଙ୍କ ଛାତି ଥରିି ଉଠିବ । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ୧୮ ବର୍ଷୀୟା ନୋଗା ୱିସ୍ ଗତ ବର୍ଷ ଗାଜାରେ ପ୍ରାୟ ୫୦ ଦିନ ହମାସ୍ ପାଖରେ ବନ୍ଦୀ ହୋଇ ରହିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଏକ ବୁଝାମଣା ମାଧ୍ୟମରେ ଛଡା ଯାଇଥିଲା ।

ନୋଗା କହିଛନ୍ତି ବନ୍ଧକ ରଖିଥିବା ଜଣେ ଆତଙ୍କବାଦୀ ତାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍ କରିଥିଲେ । ତାଙ୍କୁ ବାହା ହୋଇ ପିଲା ଜନ୍ମ କରିବାକୁ ସେ ତାଙ୍କୁ ବାଧ୍ୟ କରିଥିଲେ । ତାଙ୍କ ମନ କିଣିବାକୁ ସେ ତାଙ୍କୁ ତାଙ୍କ ମା’ଙ୍କ ସହ ବି ମିଶାଇଥିଲେ । ନୋଗା କହିଛନ୍ତି ସେମାନଙ୍କ ବନ୍ଧକରେ ୧୪ ଦିନ ରହିବା ପରେ ଜଣେ ଆତଙ୍କବାଦୀ ତାଙ୍କୁ ମୁଦି ଦେଇ କହିଥିଲେ, ତୁମେ ଯଦି ଏଠାରେ ରହି ମୋ ପିଲାର ମା’ ହେବାକୁ ରାଜି ହେବ ତେବେ ଆମେ ସମସ୍ତଙ୍କୁ ଛାଡି ଦେବୁ । ଏହା ଶୁଣି ସେ ହସିବାର ନାଟକ କରିଥିଲେ । କାରଣ ଆତଙ୍କବାଦୀ ତାଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ତାଙ୍କୁ ପ୍ରଶ୍ନ କରୁଥିଲା । ତାଙ୍କୁ ହସିବାର ଦେଖି ଆତଙ୍କବାଦୀ ବଡ ପାଟିରେ ଚିତ୍କାର କରିଥିଲା ।

ଅକ୍ଟୋବର ୭ରେ ଯେତେବେଳେ ଇସ୍ରାଏଲ୍ ହମାସ ଉପରେ ଆକ୍ରମଣ କରିଥିଲା ସେତେବେଳେ ନୋଗାଙ୍କ ପିତା ୫୬ ବର୍ଷୀୟ ଇଲାନ ନିଜ ଅଞ୍ଚଳରେ ଥିବା ଇମର୍ଜେନ୍ସି ସ୍କ୍ୱାର୍ଡରେ ସାମିଲ ହେବାକୁ ବାହାରିଥିଲେ । କିନ୍ତୁ ହମାସ ଆକ୍ରମଣରେ ସେ ନିହତ ହୋଇଥିଲେ । ଏହାପରେ ହମାସ ଆତଙ୍କବାଦୀ ନୋଗାଙ୍କ ଦ୍ୱାରକୁ ଚାହିଁ ଗୁଳିମାଡ କରିଥିଲେ । ନୋଗାଙ୍କ ମା’ ତାଙ୍କୁ ବେଡ୍ ତଳେ ଲୁଚିଯିବାକୁ କହିଥିଲେ । ଆତଙ୍କବାଦୀମାନେ ତାଙ୍କ ମା’ଙ୍କୁ ସାଥୀରେ ନେଇଯାଇ ଘରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେ ଘରୁ ବାହାରି ଆସିବାକୁ ବାଧ୍ୟ ହୋଇଥିଲେ । ଶେଷରେ ଆତଙ୍କବାଦୀ ତାଙ୍କୁ ଧରି ନେଇଥିଲେ । ଏହାପରେ ପ୍ରାୟ ୪୦ ଜଣ ଆତଙ୍କବାଦୀ ତାଙ୍କୁ ଘେରି ଯାଇଥିଲେ । ତାଙ୍କ ହାତ ବାନ୍ଧି ତାଙ୍କୁ ବନ୍ଦୀ କରି ଅଲଗା ଅଲଗା ଘରେ ରଖାଯାଉଥିଲା । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ସମୟରେ ତାଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରାଯାଉଥିଲା । ସେ ପ୍ରାୟ ୫୦ ଦିନ ଏହିପରି ଆତଙ୍କବାଦୀଙ୍କ କବଳରେ ରହିବା ପରେ ମୁକ୍ତ ହୋଇଥିଲେ ।

Get real time updates directly on you device, subscribe now.