fbpx

ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକଙ୍କୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ୍ ଆଜି କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାରେ ସେ ଅଭିଯୁକ୍ତ ଥିଲେ । ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ତାଙ୍କର ଶୁଣାଣୀ ଥିଲା । ଇଡିର ସମନରେ ହାଜର ହୋଇ ନ ଥିବାରୁ ଇଡିର ଅଭିଯୋଗରେ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଜାରି ସମନ ମାମଲାରେ ସେ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ୧୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅମାନତୁଲ୍ଲାହ ଖାନ୍‌ଙ୍କ ଉପରେ ଦିଲ୍ଲୀ ୱାକଫ୍ ବୋର୍ଡରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ଅଭିଯୋଗ ରହିଥିଲା । ଅବୈଧ ନିଯୁକ୍ତି ମାଧ୍ୟମରେ ଅର୍ଥ ଅର୍ଜନ କରିବା ଓ ସେହି ଅର୍ଥରେ ନିଜ ନାମରେ ଅଚଳ ସମ୍ପତ୍ତି କିଣିବା ପରି ଅଭିଯୋଗ ହୋଇଥିଲା । ଏହି ମାମଲା ୨୦୧୮-୨୨ ସମୟର । ଏହି ମାମଲାକୁ ନେଇ ଇଡି ଆପ୍ ବିଧାୟକଙ୍କୁ ପଚରାଉଚୁରା ଜାରି ରଖିଛି ।

Get real time updates directly on you device, subscribe now.