fbpx

୫ଟଙ୍କା ମାଗି ଫୋନ ପେରୁ ଗାଏବ କଲେ ୩୫ହଜାର

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପିଢ଼ୀମାନେ ଅନଲାଇନ ଟ୍ରାଞ୍ଜାକସନ କରିବାକୁ ବେଶି ପସନ୍ଦ କରୁଛନ୍ତି । ଏହି ଅନଲାଇନ ପେମେଣ୍ଟ ପାଇଁ ବହୁତ ପ୍ରକାର ଆପ ଉପଲବ୍ଧ ରହିଛି । ଯେମିତିକି ଫୋନ ପେ, ଗୁଗୁଲ ପେ, ଇତ୍ୟାଦି ଏହିପରି କେତେକ ଆପ ରହିଛି । ଏହାରି ମଧ୍ୟରେ ଆଜି ଜଣେ ଫୋନ ପେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩୫ହଜାର ଟଙ୍କା ଉଭାନ ହୋଇଯାଇଥିବା ସୂଚନା ମିଳିଛି । ଯୁବକଙ୍କ ଆକାଉଣ୍ଟରୁ ଗାଏବ କରିଥିବା ୫ଟଙ୍କା ମାଗିଥିଲେ । ଯୁବକ ଜଣକ ୫ଟଙ୍କା ପଠାଇବା ପରେ ତାଙ୍କର ୩୫ହଜାର ଟଙ୍କା ଗାଏବ ହୋଇଗଲା । ଭୁବନେଶ୍ୱରର ଯୁବକ ଓଏଲଏକ୍ସରେ ଗାଡ଼ି ବିକ୍ରିର ବିଜ୍ଞାପନ ଦେଇଥିଲେ । ଏନେଇ ଫୋନ ପେ ରେ ଅଗ୍ରୀମ ୫ଟଙ୍କା ପଠାଇବାକୁ କହିଥିଲେ । ପରେ ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଯୁବକ ।

Get real time updates directly on you device, subscribe now.