ଡ୍ୟୁଟିରେ ନ ପହଞ୍ଚିବାରୁ ୩୬ ପୋଲିସକର୍ମୀ ନିଲମ୍ବିତ

0 1,345

ଦିଲ୍ଲୀରେ କରୋନା ମାମଲାର ଗତି ଟିକେ ମନ୍ଥର ହୋଇଛି । ଏଭଳି ପରିସ୍ଥିତିରେ ଉତ୍ସବଗୁଡିକ ସାମ୍ନା କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଦିଲ୍ଲୀରେ ବକରୀଦକୁ ନେଇ ଦୀର୍ଘଦିନ ଧରି ପ୍ରସ୍ତୁତି ଚାଲିଥିବା ବେଳେ ୩୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତର-ପଶ୍ଚିମ ଡିସିପି ବିଜୟନ୍ତା ଆର୍ଯ୍ୟା ।

ଇଦ ପାଇଁ ଜିଲ୍ଲାରେ ପ୍ରସ୍ତୁତି ଚାଲିଥିବା ବେଳେ ଡ୍ୟୁଟି ନଆସିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଇଦକୁ ଦୃଷ୍ଟିରେ ରଖି ଏହି ୩୬ ଜଣ ପୋଲିସ କର୍ମୀଙ୍କୁ ଆଜି ସକାଳ ୫ଟାରେ ଡ୍ୟୁଟିରେ ପହଞ୍ଚିବାର ଥିଲା, କିନ୍ତୁ ସେମାନେ ଡ୍ୟୁଟିରେ ପହଞ୍ଚିନଥିଲେ । ଏହା ପରେ ଡିସିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.