fbpx
BSKY SKY
BSKY SKY

ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ଓ ବଜ୍ରପାତକୁ ନେଇ ରାଜ୍ୟର ଏହି ସବୁ ଜିଲ୍ଲା ସାବଧାନ!

BSKY

ଭୁବନେଶ୍ୱର, ୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ସକ୍ରିୟ ଓ ଶ୍ରାବଣ ମାସ ହୋଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ । ଚଳିତବର୍ଷ ଯେତିକି ବର୍ଷା ହେବା କଥା ସେତିକି ବର୍ଷା ହୋଇନାହିଁ । ଚଳିତବର୍ଷ ୧୨ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ଼ ରହିଛି । କିନ୍ତୁ ଏହାରି ମଧ୍ୟରେ ଆସନ୍ତା ୨୪ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ,କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.