fbpx

ଆନ୍ଧ୍ର: ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଖସିଲା କ୍ରେନ, ୧୦ ମୃତ

ହାଇଦ୍ରାବାଦ,୧ ।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଅବସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ କ୍ରେନ୍ ଅଚାନକ୍ ଖସିପଡିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଉଦ୍ଧାରକାରୀ ଦଳ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରମାନଙ୍କୁ ମେଡିକାଲ ନିଆଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଡିସିପି କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Get real time updates directly on you device, subscribe now.