fbpx
BSKY
BJD MC SKY
BJD YOUTH SKY

ସ୍ୱାସ୍ଥ୍ୟ ବିଭାଗରେ ଖେଳିଗଲା ଆତଙ୍କ, ଲକ୍ଷ୍ନୌ ଜେଲ୍‌ରେ ବନ୍ଦ ୩୬ କଏଦୀ HIV ପଜିଟିଭ୍‌

ଲକ୍ଷ୍ନୌ: ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାଦ୍ୱାରା ଜେଲ୍ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯାଉଛି । ଡାକ୍ତରୀ ଟିମ୍ ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ କେଉଁ କାରଣରୁ ସଂକ୍ରମଣ ବ୍ୟାପିଛି ସେ ବିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଛି । ଏଡସ୍ ନିୟନ୍ତ୍ରଣ ସୋସାଇଟି ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଡିସେମ୍ବର ୨୦୨୩ରେ ଜିଲ୍ଲା ଜେଲ୍‌ରେ ଏଚଆଇଭି ସ୍କ୍ରିନିଂ କରାଇଥିଲେ । ଏଥିରେ ୩୦୦୦ରୁ ଅଧିକ ବନ୍ଦୀଙ୍କ ଯାଞ୍ଚ ହୋଇଥିଲା ।

ଯାଞ୍ଚରେ ୩୬ ଜଣ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଜେଲ୍‌ରେ ପୂର୍ବରୁ ୧୧ରୋଗୀ ସଂକ୍ରମିତ ଥିଲେ । ଏବେ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚି ଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯିବା ସହିତ କାଉନସେଲିଂ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.