fbpx

ରେଳ ସୁରକ୍ଷା, ବର୍ଷକରେ ୩୬୯ ଅପରାଧୀ ଗିରଫ

Advertisement

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ରେଳ ସୁରକ୍ଷା ବଳ(ଆରପିଏଫ)ର ବାର୍ଷିକ ଅପରାଧ ରେକର୍ଡ଼ ଆସିଛି । ୨୦୧୯ରେ ବିଭିନ୍ନ ମାମଲାରେ ଗିରଫ ହୋଇଛନ୍ତି ୩୬୯ ଅପରାଧୀ । ୩୫ଟି କୋଇଲା ଚୋରି ମାମଲାରେ ୭୧ଜଣ ଗିରଫ ହୋଇଛନ୍ତି । ସେହିପରି ବର୍ଷକ ଭିତରେ ୪୮୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ୩୦ଲକ୍ଷ ୭୨ହଜାର ଟଙ୍କାର ସମ୍ପତ୍ତି ଚୋରି ନେଇ ମାମଲା ରୁଜୁ ହୋଇଛି । ୧୪ଲକ୍ଷ ୪୩ହଜାର ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଛି ବୋଲି ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.