fbpx
BJD SKY
BJD SKY

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୧୬ ଲକ୍ଷରେ ପହଞ୍ଚିଲା

BJD

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୧୬ ହଜାର ୩୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୮ ଲକ୍ଷ ୮୬ ହଜାର ୯୩୦କୁ ବୃଦ୍ଧି ପାଇଛି । ମୋଟ ୧୫ କୋଟି ୫୫ ଲକ୍ଷ ୯୭ ହଜାର ୩୭୮ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୩୫ ଲକ୍ଷ ୭୩ ହଜାର ୨୮୬ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୮୯ ହଜାର ୨୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୨ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୧୧ ହଜାର ୬୧୧ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.