fbpx

ଟାଙ୍ଗୀ ପୋଲିସର ଅତର୍କିତ ଚଢ଼ାଉ: ୩୭୫୦ବଟଲ ଆସ୍କା ଫଟି ମଦ ଜବତ, ଅଟୋରିକ୍ସା ଛାଡ଼ି ଚମ୍ପଟ ମାରିଲା ଡ୍ରାଇଭର

ଟାଙ୍ଗୀ (ଭାସ୍କର ନ୍ୟୁଜ୍‌) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଗଇନଡା ଗ୍ରାମ ରେ ଥିବା ‘ସାଈ ସେବା ସଦନ ହସ୍ପିଟାଲ’ ନିକଟରୁ ଦେଶୀ ମଦ ବୋଝେଇ ଅଟୋରିକ୍ସା ଜବତ କରିଛି ଟାଙ୍ଗୀ ପୋଲିସ । ସର୍ବମୋଟ ୩୭୫୦ ବଟଲ ଆସ୍କା ଫଟି ମଦ ଜବତ ହୋଇଛି । ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଗାଡି ଛାଡି ଅଟୋରିକ୍ସା ଚାଳକ ଚମ୍ପଟ ମାରିଛି । ଏତେ ପରିମାଣର ଏହି ମଦ କେଉଁଠୁ ଆସିଲା , କି’ଏ ଏହାର ମାଲିକ , କେଉଁ ସ୍ଥାନକୁ ଏହି ମଦ ଯାଉଥିଲା , ତାହାର ଖୋଳତାଡ କରୁଛି ପୋଲିସ ବୋଲି ବାଲୁଗାଁ ଏସ୍‌ ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି । ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏହାର ଖୋଳତାଡ କରୁଛନ୍ତି ।

Get real time updates directly on you device, subscribe now.