fbpx

ସମୁଦ୍ର ରାସ୍ତାରେ ଆସୁଛନ୍ତି ଓଡିଆ

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସମୁଦ୍ର ପଥରେ ୩୮ ଜଣ ଲୋକ ଲୁଚି ଲୁଚି ଡଙ୍ଗାରେ ଓଡିଶାକୁ ଫେରୁଛନ୍ତି । ଡଙ୍ଗାଟି ଆନ୍ଧ୍ରପଦେଶର ଶ୍ରୀକାକୁଳମ ଉପକୂଳ ଅତିକ୍ରମ କରିସାରିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର ପାତିସୁନାପୁରରେ ପହଞ୍ଚିଯିବ । ମୋଟର ବୋଟରେ ଗଞ୍ଜାମର ଚିକିଟି ଅଭିମୁଖେ ବାହାରିଛନ୍ତି ଲୋକେ । ତେବେ ଡଙ୍ଗାଟିରେ ଏପ୍ରିଲ ୨୦ରେ ଚେନ୍ନାଇ ଉପକୂଳରୁ ଲୋକମାନେ ଯାତ୍ରା ଆରମ୍ଭ କରିଥିଲେ । ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟା ପାଟଣାର ୪ ଜଣ ଓ ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.