fbpx
BJD SKY
BJD SKY

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍: ରାଜ୍ୟ ରିଜର୍ଭ ପୋଲିସର ୩୮ ଜଣ ଯବାନ ଆହତ

BJD

ନୂଆଦିଲ୍ଲୀ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପଞ୍ଚମହଲର ଜିଲ୍ଲାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ରାଜ୍ୟ ରିଜର୍ଭ ପୋଲିସ (ଏସଆରପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ିଆ ଅଞ୍ଚଳରେ ଓଲଟି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଅତିକମରେ ୩୮ ଜଣ ଏସଆରପି କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବ୍ରେକ ଫେଲ ହେବା କାରଣରୁ ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଓଲଟି ପଡ଼ିଥିଲା । ପାବାଗଡ଼ ତଲହଟୀର ପାହାଡ଼ିଆ ଅଞ୍ଚଳରେ ତିନିଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯବାନମାନେ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ବସଟି ଭାରସାମ୍ୟ ହରାଇ ଏକ ଖାଇ ମଧ୍ୟକୁ ଖସିପଡ଼ିଥିଲା । ବସରେ ମୋଟ ୫୦ ଜଣ ଯବାନ ଯାତ୍ରା କରୁଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯବାନ ରହିଥିଲେ । ସେଥିମଧ୍ୟରୁ ୩୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହଲୋଲର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨୯ ଜଣ ଯବାନଙ୍କୁ ପ୍ରାଥମିକ ଉପଚାର ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଗମ୍ଭୀର ଭାବେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ନିମନ୍ତେ ବଦୋଦରା ସୟାଜୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Get real time updates directly on you device, subscribe now.