fbpx

ମର୍ମନ୍ତୁଦ ଦୁର୍ଘଟଣା : ପୂରା ପରିବାରର ଚାଲିଗଲା ଜୀବନ

ଓଡ଼ିଶା ଭାଷ୍କର : ଦିନକୁ ଦିନ ଦୂର୍ଘଟଣାର ମାମଲା ବଢିବାରେ ଲାଗିଛି । ୟୁପିର ହାର୍ଦୋଇରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ଗୋଟିଏ ଗାଡ଼ିରେ ପରିବାରର ସମସ୍ତ ଲୋକ ଯାତ୍ରା କରୁଥିଲେ । ସେତିକି ବେଳେ ଗାଡ଼ିଟି ଗଛକୁ ଧକ୍କା ଦେଇଥିଲେ । ଏହି ଧକ୍କାରେ ୪ବର୍ଷର ଶିଶୁ ସମେତ ପରିବାରର ୫ ଜଣଙ୍କ ଜୀବନ ଚାଲିଗଲା । ସୂଚନାଯୋଗ୍ୟ ଯେ, ଏହି ଦୂର୍ଘଟଣାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଠିକ ସେହିଭଳି ଗତକାଲି ସ୍କୁଲ ଭ୍ୟାନ ସହ ଏକ କଲେଜ ବସର ଧକ୍କା ହୋଇଥିଲା । ଏଥିରେ ୩ଜଣ ଶିଶୁ ଏବଂ ବସ ଡ୍ରାଇଭରର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ୧୬ ଜଣ ଗୁରୁତର ଆହତ ହୋଇଥିଲେ । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଏକ ଟିମ ନେଇ ପହଁଚି ଥିଲା, ସେଠାରେ ସ୍କୁଲ ଭ୍ୟାନରୁ ପିଲାଙ୍କୁ ବାହାର କରି ହସ୍ପିଟାଲକୁ ପଠାଇଥିଲା ।

Get real time updates directly on you device, subscribe now.