fbpx
BJD SKY
BJD SKY

ରାଜ୍ୟର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ପରଲୋକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ପୂର୍ବତନ ବିଧାୟକଙ୍କ ବିୟୋଗ ଘଟିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ପରଲୋକ ଘଟିଛି । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ରବିଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ବୟସ ହୋଇଥିଲା । ରବିଙ୍କ ପରଲୋକରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

ସୂଚନା ମୁତାବକ, ରବି ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ଗତ ୩୦ ତାରିଖ ପୂର୍ବାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଉଥିବା ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ପାର୍ଥିବ ଶରୀର ଘରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

୧୯୭୭ ମସିହାରେ ରବି ଧର୍ମଶାଳା ଆସନରୁ ଜନତା ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତା’ ପୂର୍ବରୁ ୧୯୭୨ରେ ସେ ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ରାଜ୍ୟ ଖଦୀ ବୋର୍ଡର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଛାତ୍ର ରାଜନୀତି ସମୟରେ ତାଙ୍କର ଦକ୍ଷତା ସମସ୍ତଙ୍କୁ ଆକର୍ଷିତ କରିଥିଲା । ଶିକ୍ଷକତା କରୁଥିବା ସମୟରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ‘ବନ୍ଦେ ଉତ୍କଳ ଜନନୀ’ ପରିଚାଳିତ ହେବା ସହିତ ପ୍ରତିବର୍ଷ ‘ବୋଇତ ବନ୍ଦାଣ ଉତ୍ସବ’ର ଆୟୋଜନ କରାଯାଉଥିଲା । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ମହିଳାଙ୍କ ସଶକ୍ତିକରଣ ଉପରେ କାର୍ଯ୍ୟ କରିଆସୁଥିଲେ ।

Get real time updates directly on you device, subscribe now.