fbpx
BJD SKY
BJD SKY

୩୧ ଅକ୍ଟୋବରରେ ରାଷ୍ଟ୍ରୀୟ ଏକତା ଦିବସ କାହିଁକି ପାଳନ କରାଯାଏ? ଜାଣନ୍ତୁ

BJD

ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ଆଜି ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଦେଶ ସ୍ୱାଧୀନତା ପରେ ୫୬୫ଟି ଦେଶୀୟ ରାଜ୍ୟକୁ ଏକତ୍ରିତ କରିବାରେ ବଲ୍ଲଭ ଭାଇ ପଟେଲଙ୍କର ପ୍ରମୁଖ ଭୂମିକା ଥିଲା । ଗୁଜରାଟର ନଦୀଆ ଠାରେ ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ପଟେଲ ଦେଶକୁ ଏକତ୍ରିତ କରିବାରେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଥିଲେ । ସେଥିପାଇଁ ତାଙ୍କୁ ଲୌହମାନବର ଆଖ୍ୟା ଦିଆଯାଇଥିଲା ।

ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ସାରା ଦେଶରେ ଆଜି ସକାଳୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ ଠାରେ ଆଉ କିଛି ସମୟ ପରେ ସର୍ଦ୍ଦାର ପଲେଟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଜାତୀୟ ଏକତା ଦ୍ୱାରା ଦେଶର ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ନୂଆଦିଲ୍ଲୀରେ ମେରା ମାଟି ମେରି ଦେଶ କାର୍ଯ୍ୟକ୍ରମ ଏବଂ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରନ୍‍ ଫର୍‍ ୟୁନିଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ରନ୍‍ ଫର ୟୁନିଟ୍‍ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।

Get real time updates directly on you device, subscribe now.