fbpx

ପୃଥକୀକରଣ ବର୍ଜ୍ୟ ଦେବା ପାଇଁ ଅନୁରୋଧ : ବିଏମସି ଆରମ୍ଭ କରିଛି ସଚେତନତା ଅଭିଯାନ

ଭୁବନେଶ୍ୱର : ଓଡ଼ିଶାରେ ରାଜଧାନୀକୁ ସଫାସୁତୁରା ରଖିବା ପାଇଁ ଭୁବନେଶ୍ୱର ବିଏମସି ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେପରିକି ଆବର୍ଜନା ସଂଗ୍ରହ କରିବା ପାଇଁ ବିଏମସି ତରଫରୁ ଏକ ଗାଡ଼ି ବୁଲି ଘରୁ ଘରୁ ଅଳିଆ ନେଉଛି । ସାଧାରଣତଃ ଲୋକମାନେ ଓଦା ବର୍ଜ୍ୟବସ୍ତୁ ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ଗୋଟିଏ ସ୍ଥାନରେ ରଖି ସଫେଇ ଗାଡ଼ିକୁ ଅଳିଆ ଦିଅନ୍ତି । ଯାହାଫଳରେ ଅନେକ ଅସୁବିଧା ହୋଇଥାଏ । ଏନେଇ ବିଏମସି ତରଫ ଏକ ସଚେତନ ଅଭିଯାନ ଜାରି କରାଯାଇଛି ।

ସଫେଇ ଗାଡ଼ିକୁ ପୃଥକୀକରଣ ବର୍ଜ୍ୟ ଦେବା ପାଇଁ ବିଏମସି ତରଫରୁ ସ୍ୱତନ୍ତ୍ର ସଚେତନ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବିଏମସିର କର୍ମଚାରୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ସଚେତନରେ ପ୍ରେଅଜେକ୍ଟ କୋର୍ଡିନେଟର, ସ୍ୱଚ୍ଛତା ସୁପରଭାଇଜର, ସ୍ୱଚ୍ଛସାଥୀ ମାନେ ସାମୀଲ ଅଛନ୍ତି । ଘର ଘର ବୁଲି ଏହିମାନେ ଲୋକଙ୍କୁ ପୃଥକୀକରଣରେ ବର୍ଜ୍ୟବସ୍ତୁ ଦେବା ପାଇଁ ଅନୁରୋଧ କରୁଛନ୍ତି । ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକ୮ ପୃଥକ କରିଦେବା ଦ୍ୱାରା ଟିଟିଏସ ପ୍ଲାଣ୍ଟରେ କାମ କରୁଥିବା ସ୍ୱଚ୍ଛତା କର୍ମୀଙ୍କ କାମ କମିଯିବ ।

ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଏକା ସାଙ୍ଗରେ ରଖି ଆବର୍ଜନା ଦେବା ଦ୍ୱାରା ସ୍ୱଚ୍ଛତା କର୍ମୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୃଥକୀକରଣ କରି ବର୍ଜ୍ୟବସ୍ତୁ ଦେବା ଦ୍ୱାରା ସେମାନଙ୍କୁ ଆଉ କୌଣସି ଅସୁବିଧା ହେବ ନାହିଁ । ବର୍ଜ୍ୟ ପରିଚାଳନା ଠିକ ଭାବରେ ହେବା ସହ ବର୍ଜ୍ୟ ପ୍ରକ୍ରିୟାକରଣରେ ସମୟ କମ୍ ଲାଗିବ । ତେଣୁ ବିଏମସିର କର୍ମଚାରୀ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି ।

Get real time updates directly on you device, subscribe now.