fbpx
BJD SKY
BJD SKY

(Video) ଲୋକସଭା ସାଂସଦଙ୍କୁ ଛୁରାମାଡ଼: କରମର୍ଦ୍ଦନ ବାହାନାରେ ହଠାତ୍ ଆକ୍ରମଣ କଲେ ଅଜଣା ବ୍ୟକ୍ତି

BJD

ନୂଆଦିଲ୍ଲୀ: ଲୋକସଭାର ଜଣେ ସାଂସଦଙ୍କୁ ଛୁରାମାଡ଼ ହୋଇଛି । କରମର୍ଦ୍ଦନ ବାହାନାରେ ଜଣେ ଅଜଣା ବ୍ୟକ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଜଣେ ସାଂସଦଙ୍କୁ ଅଚାନକ ଛୁରାରେ ଆକ୍ରମଣ କରିଥିଲେ । ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ସମୟରେ ଏହି ଅଘଟଣ ଘଟିଥିଲା । ଅଜଣା ବ୍ୟକ୍ତି ଜଣଙ୍କ ସାଂସଦଙ୍କ ନିକଟକୁ ଆସି ପ୍ରଥମେ କରମର୍ଦ୍ଦନ କରିବାକୁ ପ୍ରୟାସ କରିଥିଲେ ଓ ପରେ ଛୁରା କାଢ଼ି ସାଂସଦଙ୍କୁ ପେଟକୁ ଆକ୍ରମଣ କରିଥିଲେ ।

ସୂଚନା ମୁତାବକ, ବିଆରଏସ ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କୁ ଛୁରାମାଡ଼ ହୋଇଛି । ତେଲେଙ୍ଗାନାର ସିଦ୍ଦିପେଟ ଜିଲ୍ଲାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଏହି ଅଘଟଣ ଘଟିଥିଲେ । ଜଣେ ଅଜଣା ବ୍ୟକ୍ତି ପ୍ରଥମେ କରମର୍ଦ୍ଦନ କରିବା ବାହାନାରେ ପ୍ରଭାକରଙ୍କ ନିକଟକୁ ଆସିଥିଲେ ଓ ତା’ପରେ ଛୁରି କାଢ଼ି ସାଂସଦଙ୍କ ପେଟକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ପ୍ରଭାକର ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେସଙ୍ଗେ ଗଜୱାଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅନ୍ୟପକ୍ଷରେ ଛୁରାମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ଧରାପଡ଼ିଛନ୍ତି ଓ ବିଆରଏସ କର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ସାଂସଦଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଆସନ୍ତା ମାସ ୩୦ ତାରିଖରେ ୧୧୯ଟି ଆସନ ପାଇଁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଭାକର ଏବେ ମେଦକ ଲୋକସଭା ଆସନରୁ ସାଂସଦ ରହିଥିବା ବେଳେ ଆଗାମୀ ନିର୍ବାଚନରେ ଦୁବକ ବିଧାନସଭା ଆସନ ପାଇଁ ତାଙ୍କୁ ବିଆରଏସ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

Get real time updates directly on you device, subscribe now.