fbpx

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଟ୍ଟା ବଣ୍ଟନ : ୩ଟି ଜୋନରେ ଉପକୃତ ହେବେ ୫୫୪୨ ପରିବାର

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବିଏମସି ପକ୍ଷରୁ ଆଜି ଅର୍ଥାତ ମଙ୍ଗଳବାର ଦିନ ଯୋଗ୍ୟ ବସ୍ତି ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୫୫୪୨ଟି ପରିବାରକୁ ପଟ୍ଟା ବଣ୍ଟନ ହେବ । ଏନେଇ ବିଏମସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ପଟ୍ଟା ବଣ୍ଟନ ପାଇଁ ରାଜଧାନୀର ତିନୋଟି ସ୍ଥାନ ଚିହ୍ନଟ ହୋଇଛି । ୟୁନିଟ ୮ ସ୍ଥିତ କମ୍ୟୁନିଟ ସେଣ୍ଟର, ବଡ଼ଗଡ଼ ବ୍ରିଟ କୋଲନୀ, ଚନ୍ଦ୍ରଶେଖରପୁରର କଲ୍ୟାଣି ମଣ୍ଡପରେ ପଟ୍ଟା ବଣ୍ଟନ କରାଯିବ । ଏନେଇ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବା । ପଟ୍ଟା ବଣ୍ଟନ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସିଶାନ୍ତ କୁମାର ରାଉତ ଉପସ୍ଥିତ ରହିବେ ।

ଓଡ଼ିଶା ସରକାରଙ୍କର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜାଗା ମିଶନ ଅଧୀନରେ ସମସ୍ତ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗାଇ ଦିଆଯାଉଛି । ଭୁବନେଶ୍ୱରରେ ଅଗଷ୍ଟ ୧୮ତାରିଖ ଦିନ ୫୧ ହଜାର ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତେବେ ପର୍ଯ୍ୟାୟ କ୍ରମରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ବି ପଟ୍ଟା ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ସେଠାରେ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱରର ମହାନଗର ନିଗମ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.