fbpx

୩ଦିନ ପାଇଁ ସଟଡାଉନ ରହିବ ରାଜ୍ୟର ଏହି ଜିଲ୍ଲା

ନବରଙ୍ଗପୁର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ୩ଦିନ ପାଇଁ ସଟଡ଼ାଉନ ରହିବ । ସେଠାରେ ୮ତାରିଖ ଭୋର ୫ଟାରୁ ୧୦ତାରିଖ ମଧ୍ୟରାତ୍ରି ଯାଏଁ ସଟଡାଉନ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସଟଡାଉନ ସମୟରେ ଜରୁରୀ ସେବା ଉପଲବ୍ଧ ହେବ । ଆଉ ସବୁ ଅନ୍ୟାନ୍ୟ ଦୋକାନ ଓ ବଜାର ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.