fbpx

ଆଜିଠୁ ତିନି ଦିନ ଯାଏଁ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆଜି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁରରେ ବର୍ଷା ହେବାର ସମ୍ଭାବନା ରହିଛି । ବୌଦ୍ଧ, ଅନୁଗୁଳ ଓ ଢ଼େଙ୍କାନାଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆସନ୍ତାକାଲି ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ଆଶଙ୍କା ରହିଛି ।

ସମଗ୍ର ଓଡ଼ିଶାରେ ଶୀତର ପ୍ରକୋପ ଟିକେ୍ କମିଛି । ସବୁ ସହରର ତାପମାତ୍ରା ୧୧ରୁ ୧୭ଡିଗ୍ରୀ ଭିତରେ ରହିଛି । ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ରହିଛି । ବର୍ଷା ପରେ ପୁଣି ଶୀତର ପ୍ରକୋପ ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି । ରାତିର ତାପମାତ୍ରା ୩ରୁ ୪ଡିଗ୍ରୀ ହ୍ରାସ ପାଇବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.