ମାଟି ଖୋଳିବା ସମୟରେ ଭୁଶୁଡ଼ିଲା ୪-୫ ବିଲ୍ଡିଂ, ଅନେକ ଲୋକେ ଦବିଯିବାର ସମ୍ଭାବନା
ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି, ଏକ ବିଲ୍ଡିଂ ଭୁଶୁଡ଼ି ଅନେକ ଲୋକ ଦବି ଯାଇଥିବାର ସମ୍ଭାବନା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମଥୁରାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମାଟି ଖୋଳିବା ସମୟରେ ଅଚାନକ ମାଟି ଭୁଶୁଡ଼ି, ଗୋଟିଏ ପରେ ଗୋଟିଏ ୪ରୁ ୬ ଘର ଭୁଶୁଡ଼ିଯାଇଛି।
ଆବର୍ଜନା ତଳେ ୧୨ରୁ ୧୫ ମଜୁରିଆ ଦବି ଯିବାର ଆଶଙ୍କା ରହିଛି। ମଥୁରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗରରେ ଓଦା ରାସ୍ତାରେ ମାଟି ଖୋଳାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ଏହି ଦୁର୍ଘଟଣାର ଖବର ମିଳିବା ମାତ୍ରେ ସିଓ ସିଟି, ସିଟି ମାଜିଷ୍ଟ୍ରେଟ, ଅନେକ ଥାନାର ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। NDRF-SDRFକୁ ମଧ୍ୟ ଡକାଯାଇଛି। ଜଣେ ଯୁବକ ଏବଂ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।