fbpx

ବଟି ମାଗି ରାଜଧାନୀରୁ ୪ ବନ୍ଧାହେଲେ

ଭୁବନେଶ୍ୱର, ୧୭ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବସ୍ ମାଲିକକୁ ବଟି ମାଗିବାରୁ ୪ ଗିରଫ । ‘ଦାଦାବଟିକୁ ନା’ ଅଭିଯାନରେ ସେହି ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଟରୁ ସେମାନଙ୍କୁ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି ।

ତେବେ କମିସନରେଟ୍ ପୋଲିସ ଦ୍ଵାରା ନୂଆ କାର୍ଯ୍ୟକ୍ରମ ‘ ଦାଦା ବଟିକୁ ନା’ ଆରମ୍ଭ ହୋଇଛି । ଏନେଇ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଥିଲେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ କହିଥିଲେ ଯେ, ‘ ଦାଦାବଟିକୁ ଟ୍ୱିନସିଟିରେ କଦାପି ପ୍ରଶୟ ଦିଆଯିବ ନାହିଁ । ଦାଦାବଟି ବିରୋଧରେ ହେଲପ ଲାଇନ ନମ୍ବର ଜାରି କରାଯିବ । ଯେଉଁ ଥାନା ଅଧିକାରୀ ଭଲ କାମ କରିବେ ତାଙ୍କୁ ପୁରସ୍କୃତ କରାଯିବ । ଅପରାଧୀଙ୍କମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧଳସାମନ୍ତ ଗ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ୱିନସିଟି ବାସିନ୍ଦାଙ୍କ ସହେଯାଗ ସମର୍ଥନ ଜରୁରୀ । ଟ୍ୱିନସିଟିକୁ ଦାଦାବଟି ମୁକ୍ତ ସହର କରିବା ଆମର ଲକ୍ଷ୍ୟ ରହିଛି । ଲୋକମାନଙ୍କ ନିକଟରେୁ ବିଶ୍ୱାସ ସୃଷ୍ଟି କରାଯିବ । ’

Get real time updates directly on you device, subscribe now.