fbpx
BSKY
BJD MC SKY
BJD MS SKY

(Video)କୁକୁଡ଼ାର ଗୁପ୍ତାଙ୍ଗରେ ବାଣ ଭର୍ତ୍ତି କରି ଫୁଟାଇଲେ ଅମାନୁଷିକ ଯୁବକ; ଦେଖନ୍ତୁ ସେହି ଛାତିଥରା ଦୃଶ୍ୟ

ଓଡିଶା ଭାସ୍କର; ନିକଟରେ ଦୀପାବଳୀକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି ସାରା ଦେଶବାସୀ । ପ୍ରଦ୍ୟୁଷଣକୁ ଏଡ଼ାଇବା ପାଇଁ ଚଳିତ ଥର କୌଣସି ସ୍ଥାନରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । କିନ୍ତୁ ଏହାକୁ ଅବମାନନା କରି ପ୍ରାୟ ସବୁ ସ୍ଥାନରେ ବାଣ ଫୁଟା ଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ବିଭିନ୍ନ ଆଡୁ ବାଣ ଫୁଟାଇ ଆହତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣ ପରିକଳ୍ପନା କରି ପାରିବେନି ଯେ ଆମ ସଭ୍ୟ ସମାଜରେ ଏଭଳି ଅମାନୁଷିକ ଲୋକ ବି ରହିଛନ୍ତି ।

ତେବେ ଏଥିରେ ଦେଖିବାକୁ ମିଳିଛି ଯେ, କୌତୁହଳ ଭିତରେ ଗୋଟିଏ କୁକୁଡ଼ାକୁ ଦୟନୀୟ ଭାବେ ମୃତ୍ୟୁ ଦିଆଯାଇଛି । ୪ ଜଣ ଯୁବକ ଅମାନୁଷିକ ଭାବେ ଗୋଟିଏ କୁକୁଡ଼ାର ଧରି ତାର ଗୁପ୍ତାଙ୍ଗରେ ବାଣ ଖଞ୍ଜି ସେଥିରେ ନିଆଁ ଲଗାଇଛନ୍ତି । ବାଣରେ ଅଗ୍ନି ସଂଯୋଗ ହେବା ମାତ୍ରେ ବାଣ ଫୁଟିଛି ଆଉ ଛଟପଟ ହୋଇ ନିରୀହ କୁକୁଡ଼ାର ଜୀବନଟା ଚାଲିଯାଇଛି । ବାଣ ଫୁଟିବା ପରେ କୁକୁଡ଼ାଟି ଗୁରୁତର ଆହତ ହୋଇଥିଲା, ତା’ର ପଛପାର୍ଶ୍ୱ ସମ୍ପୂର୍ଣ୍ଣ ଜଳି ଯାଇଥିଲା, ଶେଷରେ କୁକୁଡ଼ାଟି ଛଟପଟ ହୋଇ ପ୍ରାଣ ହରାଇଥିଲା । ଯେତେବେଳେ ନିରୀହ କୁକୁଡ଼ାଟି ଛଟପଟ ହେଉଥିଲା ସେତେବେଳେ ଉପସ୍ଥିତ ଯୁବକ ମାନେ ତାର ମଜା ଉଠାଉଥିଲେ ।

ସୂଚନା ଅନୁଯାୟୀ, ଆସାମର ନଗାଁଓରୁ ଏହି ଭିଡିଓ ଆସିଛି । କିଛି ଯୁବକମାନେ କୁକୁଡ଼ାର ଗୁପ୍ତାଙ୍ଗରେ ବାଣ ଫୁଟାଇଥିଲେ ଓ ଏହାର ଭିିଡିଓ ମଧ୍ୟ କରିଥିଲେ। ତେବେ ଏହି ଦୃଶ୍ୟ ଦେଖି ଅନ୍ୟ ଜଣେ ଯୁବକ ଏହାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।

 

Get real time updates directly on you device, subscribe now.