fbpx

News across the Earth, news close to your heart, Read Odisha Bhaskar English

World Cup ହାରିଯିବା ପରେ ରୋହିତଙ୍କ ପ୍ରଥମ Reaction: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଖୁସି ଏବଂ ବିଜୟର ମାହୋଲ ସହ ଆରମ୍ଭ ହୋଇଥିବା ବିଶ୍ୱକପ-୨୦୨୩ ଆଖି ଲୁହରେ ଭାସିଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଲୁହ ଭରି ଦେଇଛି ବିଶ୍ୱକପ ଫାଇନାଲର ପରାଜୟ । ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳକୁ ମାତ୍ ଦେଇଥିବା ରୋହିତ ସେନା ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ପରାସ୍ତ ହୋଇଛି ଏବଂ ଟ୍ରଫି ହରାଇ ଦେଇଛି । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଅନ୍ୟାନ୍ୟ ଖେଳାଳି ଏବଂ ସାରା ଭାରତ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଛି ଏହି ପରାଜୟ । ତେବେ ମ୍ୟାଚ ହାରିବା ପରେ ଅଧିନାୟକ ରୋହିତ ସମ୍ପୂର୍ଣ୍ଣ ଚୁପ୍ ହୋଇ ଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ପ୍ରତିକ୍ରିୟା ମିଳିଛି ।

ନେତୃତ୍ୱ ହେଉ କି ବ୍ୟାଟିଂ, ଉଭୟ କ୍ଷେତ୍ରରେ ଟିମ ଇଣ୍ଡିଆକୁ ସନ୍ତୁଳନ ଯୋଗାଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏହି ବିଶ୍ୱକପରେ ଲଗାତାର ୧୦ଟି ମ୍ୟାଚରେ ବିଜୟୀ ହୋଇ ରୋହିତ ସେନା ଫାଇନାଲରେ ସ୍ତାନ ପାଇଥିଲା । କିନ୍ତୁ ଫାଇନାଲରେ ଏହି ବିଜୟଧାରାକୁ ବଜାୟ ରକି ନ ପାରି ବିଶ୍ୱକପ ହାତଛଡ଼ା କରିଛି ଟିମ ଇଣ୍ଡିଆ । ଗତକାଲି ରାତିରେ ଛଳ ଚଳ ଆଖି ଏବଂ କୋହଭରା ଛାତିରେ ପଡ଼ିଆରୁ ଫେରି ଯାଇଥିବା ରୋହିତ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆଜି ରୋହିତ ଶର୍ମାଙ୍କ ଏପ ଭିଡିଓ ବର୍ତ୍ତମାନ କୁବ ଭାଇରାଲ ହେବାରେ ଲାଗିଛି । ଏୟାରପୋର୍ଟରୁ ତାଙ୍କୁ ନିଜ ପରିବାର ସହ ବାହାରକୁ ବାହରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ସମୟରେ ରୋହିତଙ୍କ ମୁହଁରେ କ୍ଷୀଣ ହସ ଦେଖାଯାଇଛି । ଏଥିରେ ସେ ଯେଉଁ ରିଆକ୍ସନ ଦେଇଛନ୍ତି, ତାହା ରୋହିତଙ୍କ ସବୁ ପ୍ରଶଂସକଙ୍କୁ ମନରେ ଖୁସି ଭରିଦେବ ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ରୋହିତ ଦମଦାର ପ୍ରଦର୍ଶନ କରିଛନ୍ତି । ସମସ୍ତ ମ୍ୟାଚରେ ପ୍ରତିପକ୍ଷ ଦଳକୁ ଟାର୍ଗେଟ କରି ଖେଳିବା ସହିତ ଟିମ ଇଣ୍ଡିଆକୁ ମଜବୁତ ଆରମ୍ଭ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ରୋହିତ । ୧୧ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସହ ମୋଟ ୫୯୭ ରନ୍ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ତେବେ ଏହି ରନ୍ ସହ ସେ ଭାରତ ପକ୍ଷରୁ କୌଣସି ବିଶ୍ୱକପରେ ସର୍ବାଧିକ ରନ୍ କରିବା ତାଲିକାରେ ଶ୍ରେଷ୍ଠ ଅଦିନାୟକ ପାଲଟିଛନ୍ତି । ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଆହୁରି ଅନେକ ଗୁଡ଼ିଏ ରେକର୍ଡ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.