fbpx

ପ୍ରବଳ ଭିଡ଼ ରହୁଥିବାରୁ ବୟସାଧିକ ଓ ରୋଗାକ୍ରାନ୍ତଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ଅନୁରୋଧ କଲେ ମୁଖ୍ୟ ପ୍ରଶାସକ

ଓଡିଶା ଭାସ୍କର; ପବିତ୍ର କାର୍ତ୍ତିକ ମାସ ରହିଥିବା ବେଳେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଫଳରେ ବହୁ ସମୟ ବ୍ୟାରିକେଡ଼ରେ ରହି ଦର୍ଶନାର୍ଥୀ ମାନେ ଜଗା ଦର୍ଶନ କରୁଛନ୍ତି । ଏହି ଭିଡ଼ରେ ବୟସାଧିକ ଓ ରୋଗାକ୍ରାନ୍ତ ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଆଗ୍ରହ ସହ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ବିଶେଷକରି ଏହି ପ୍ରବଳ ଭିଡ଼ ସମୟରେ ବୟସାଧିକ ଓ ରୋଗାକ୍ରାନ୍ତ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାକୁ ନ ଆସନ୍ତୁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଅତ୍ୟାଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନ ପଶିବା ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି । ଯେଉଁ ସମୟରେ କମ ଭିଡ଼ ଥିବ ସୂଚନା ନେଇ ସେହି ସମୟରେ ଆସି ଦର୍ଶନ କଲେ ଭଲ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.