fbpx

ରାଜ୍ୟସଭା ନିର୍ବାଚନ: ବିଜେଡିର ୪ ପ୍ରାର୍ଥୀ ଭରିବେ ନାମାଙ୍କନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥ । ଜୁନ୍ ୨ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ।

ବିଜେଡିର ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ନାମାଙ୍କନ ଭରିବେ । ଆଜି ପୂର୍ବାହ୍ନ ୧୧ ଟା ସମୟରେ ବିଧାନସଭା ସଚିବାଳୟ ପରିସରରରେ ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ।

ବିଜ୍ଞପ୍ତି ଅନୂଯାୟୀ ଜୁନ୍ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଜୁନ୍ ୬ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜୁନ୍ ୧୩ରେ ହେବ ନିର୍ବାଚନ ।

Get real time updates directly on you device, subscribe now.