fbpx
BSKY
BJD MC SKY
BJD YOUTH SKY

ଏଣିକି ଗଜପତିରେ ୪ ଦିନିଆ ସଟଡାଉନ୍

ଗଜପତି,୨୮ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ପାଇଁ ଏଣିକି ଗଜପତିରେ ୪ ଦିନିଆ ସଟଡାଉନ ଲାଗୁ ହେବ । ପ୍ରତି ସପ୍ତାହର ଗୁରୁବାରଠାରୁ ରବିବାର ଯାଏଁ ୯୬ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଗଜପତିରେ ଆସନ୍ତା ୩୦ରୁ ୪ ଦିନିଆ ସଟଡାଉନ ଲାଗୁ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସଟଡାଉନ କଟକଣା ଜାରି ରହିବ । ପାରଳାଖେମୁଣ୍ଡି ସହର ସମତେ କାଶୀନଗର ଏନଏସି ଓ ସବୁ ବ୍ଲକ ମୁଖ୍ୟାଳୟ ସଟଡାଉନ ରହିବ ।

ତେବେ ସଟଡାଉନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି ହେବ । ଅତ୍ୟାବଶ୍ୟକ ସେବା ଉପରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଅନୁପମ ସାହା ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.