fbpx
BJD
BJD SKY
BJD SKY

ରାଜ୍ୟରେ ୪ ମୃତ, ୩୫୮ ଆକ୍ରାନ୍ତ

ଭୁବନେଶ୍ୱର, ୧୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଦିନକ ମଧ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରରେ ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ରହିଥିବା ଜଣାଯାଇଛି ।

ତେବେ ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଙ୍ଗରୋଧରୁ ଓ ୧୫୦ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୨, ଖୋର୍ଦ୍ଧାରୁ ୩୬, ବାଲେଶ୍ୱରରୁ ୩୫, ସୁନ୍ଦରଗଡ଼ରୁ ୨୯, କଟକରୁ ୨୮, ନୂଆପଡ଼ାରୁ ୨୬, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୭ ଓ ଯାଜପୁରରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି ।

Get real time updates directly on you device, subscribe now.