fbpx
BSKY
BJD SHG SKY
BJD MC SKY

ସୀମାରେ ଆନ୍ଧ୍ରର ଦାଦାଗିରି ଜାରି

କୋରାପୁଟ, ୧୮ା୧୨ (ଓଡିଶା ଭାସ୍କର): କିଛିଦିନ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ରକୁ ନେଇ ଉପୁଜିଥିବା ବିବାଦକୁ ଦୁଇପକ୍ଷର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ବୈଠକରେ ସମାଧାନ କରାଯାଇଥିଲା । ତେବେ ଏବେ ଆଉ ଏକ ବିବାଦ ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ଆନ୍ଧ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରିଛି । ଏହି କାର୍ଯ୍ୟ କୋରାପୁଟର ସମ୍ବାଇ ପଞ୍ଚାୟତରେ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ଏହି କାର୍ଯ୍ୟ କରିବା ବେଆଇନ ଅଟେ । ପୂର୍ବରୁ କୋରାପୁଟ ଓ ବିଶାଖାପାଟଣା ପ୍ରଶାସନର ମିଳିତ ବୈଠକ ହୋଇଥିଲେ ମଧ୍ୟ ଏବେ ଏହି କାର୍ଯ୍ୟ ଜାରି ରହିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.