fbpx

ପୁଟିନ୍ ଙ୍କ ଜିଦ୍ ଆଗରେ ନଇଁଲେ ୪ ୟୁରୋପୀୟ ଦେଶ, ଋଷଠୁ ଗ୍ୟାସ୍ କିଣିବା ଲାଗି ରୁବେଲରେ କରିବେ ପେମେଣ୍ଟ

Advertisement

ମସ୍କୋ: ଚାଲିଥିବା ଋଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇଛନ୍ତି ଚାରି ୟୁରୋପୀୟ ଦେଶ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଦିନ ତଳେ କହିଥିଲେ ଯେ, ଯେଉଁ ଦେଶମାନେ ପ୍ରାକୃତିକ ଗ୍ୟାସ୍ କ୍ରିୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଋଷ ମୁଦ୍ରା ରୁବେଲରେ ପେମେଣ୍ଟ କରିବାକୁ ହେବ । ଅଥବା ସେମାନଙ୍କର ସପ୍ଲାଇ ବନ୍ଦ କରିଦିଆଯିବ ବୋଲି ଧମକ ଦେଇଥିଲେ । ଏବେ ଆସିଥିବା ଖବର ମୁତାବକ, ୟୁରୋପର ଚାରି ଦେଶ ପୁଟିନଙ୍କ ସର୍ତ୍ତ ମାନି ନେଇଛନ୍ତି । ଏବେ ସେମାନେ ରୁବେଲ ବଦଳରେ ହିଁ ଗ୍ୟାସ୍ କ୍ରୟ କରୁଛନ୍ତି । ତେବେ ଏହି ଦେଶ ଗୁଡ଼ିକର ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଗଣମାଧ୍ୟମ ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ମୁତାବକ, ଋଷୀୟ ଗ୍ୟାସ୍ କମ୍ପାନୀ ଗଜପ୍ରେମ ପିଜେଏସସି ସୁତ୍ରରୁ ମିଳିଥିବା ଖବର ମୁତାବକ ବର୍ତ୍ତମାନ ଚାରି ୟୁରୋପିୟ ଦେଶ ଗ୍ୟାସ୍ କ୍ରୟ ପୁର୍ବରୁ ହିଁ ରୁବେଲରେ ପେମେଣ୍ଟ କରିଛନ୍ତି । ଯାହା ରାଷ୍ଟ୍ରପତି ପୁଟିନ୍ଙ୍କ ଦାବି ଥିଲା । ତେବେ ୟୁରୋପର ବିଭିନ୍ନ ଦେଶ ଋଷର ସର୍ତ୍ତକୁ ଅଶ୍ୱିକାର କରିଥିବା ବେଳେ, ଅନେକ ଦେଶ ଋଷ ଆଗରେ ନିଜର ମୁଣ୍ଡ ନୁଆଁଇଛନ୍ତି । ବୁଧବାର ଋଷ ପୋଲାଣ୍ଡ ଏବଂ ବୁଲଗେରିଆକୁ ଗ୍ୟାସ୍ ସପ୍ଲାଇ ବନ୍ଦ କରି ଦେଇଥିଲା ।

ଋଷ ପାଇପ ଲାଇନ ଜରିଆରେ ୨୩ ୟୁରୋପୀୟ ଦେଶକୁ ଗ୍ୟାସ୍ ସପ୍ଲାଇ କରିଥାଏ । ସୁତ୍ରରୁ ମିଳିଥିବା ଖବର ମୁତାବକ ଦଶ ୟୁରୋପୀୟ କମ୍ପାନୀ ଋଷର ସର୍ତ୍ତ ମାନିବା ଲାଗି ଗଜପ୍ରୋମ ବ୍ୟାଙ୍କରେ ପୁର୍ବରୁ ନିଜର ଖାତା ଖୋଲି ସାରିଲେଣି ।

ପୁଟିନ କହିଥିଲେ ଯେ, ଋଷଠୁ ଗ୍ୟାସ୍ କ୍ରୟ କରିବା ଲାଗି ଋଷୀୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଦରକାର । ୧ ଏପ୍ରିଲରୁ ସପ୍ଲାଇ ହେବାକୁ ଥିବା ସପ୍ଲାଇ ଗ୍ୟାସ୍ ର ପେମେଣ୍ଟ ଏହି ଆକାଉଣ୍ଟ ମାଧ୍ୟମରେ କରାଯାଉଛି । ଯଦି ରୁବେଲ ଆକାଉଣ୍ଟ ମାଧମରେ ପେମେଣ୍ଟ ନକରାଯାଏ, ତେବେ କ୍ରେତାଙ୍କୁ ଡିଫଲ୍ଟର ତାଲିକା ଭୁକ୍ତ କରାଯିବ । ଏବଂ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଋଷ ପାଇଁ ଗ୍ୟସ୍ ସପ୍ଲାଇ ସବୁଠୁ ବଡ଼ ଅସ୍ତ୍ର ପାଲଟିଛି । ଏହାକୁ ବ୍ୟବହାର କରି ଋଷ ଉପରେ ଲାଗୁ ହୋଇଥିବା ଆର୍ଥୀକ ପ୍ରତିବନ୍ଧର ପ୍ରଭାବରୁ ବଞ୍ଚିବାକୁ ପୁଟିନ୍ ପ୍ରୟାସ କରୁଥିବା କୁହାଯାଉଛି ।

ଋଷର ଏହି ଦାବି ପରେ ଏହାକୁ ଖୋଲାଖୋଲି ଭାବରେ ବ୍ଲାକ୍ ମେଲିଂ ବୋଲି କହିଛି ଜର୍ମାନ । ଋଷଠୁ ସବୁଠୁ ଅଧିକ ଗ୍ୟସ୍ ଆମଦାନୀ ଜର୍ମାନ କରିଥାଏ । ଋଷର ଏହି ଦାବିକୁ ଖୋଲାଖୋଲି ଭାବରେ ଅଧିକାଶଂ ୟୁରୋପିୟ ଦେଶ ଖାରଜ କରି ଦେଇଛନ୍ତି । ୟୁରୋପରେ ପ୍ରଥମରୁ ହିଁ ଚଢ଼ା ଦରରେ ଗ୍ୟାସ୍ ମିଳୁଛି । ଯଦି ଏଭଳି ସମୟରେ ଋଷ ଗ୍ୟାସ୍ ସପ୍ଲାଇ ବନ୍ଦ କରିଦିଏ, ତେବେ ୟୁରୋପରେ ଭୋକ ଉପାସରେ ଲୋକଙ୍କ ମୃତ୍ୟୁ ଘଟିବ । ଏହାଛଡ଼ା କୋଟିକୋଟି ଲୋକେ ଗ୍ୟାସ୍ ଅଭାବରୁ ଥଣ୍ଡାରେ ମୃତ୍ୟୁ ମୁଖରେ ପଡ଼ିବେ ।

Get real time updates directly on you device, subscribe now.