fbpx

ବିଧାନସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲନାଥ,ଗୋବିନ୍ଦ ସିଂଙ୍କୁ ମିଳିଲା ଦାୟିତ୍ୱ

Advertisement

ମଧ୍ୟପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲନାଥ ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ବଦଳରେ ଡା. ଗୋବିନ୍ଦ ସିଂ ଏବେ ବିରୋଧୀ ଦଳ ନେତା ହେବେ । କୁହାଯାଉଛି ଯେ, ଆଗାମୀ ବର୍ଷ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ନିଷ୍ପତି ନେଇଛି ।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, କମଲନାଥ ପଠାଇଥିବା ଇସ୍ତଫା ପତ୍ର ଗ୍ରହଣ କରାଯାଇଛି । ଦଳପ୍ରତି ତାଙ୍କର ଯୋଗଦାନକୁ ସେ ପ୍ରଶାଂସା କରିଥିଲେ । ଏହା ପରେ ସେ ଡା. ଗୋବିନ୍ଦ ସିଂଙ୍କୁ କଂଗ୍ରେସ ବିଧାୟକ ଦଳର ନେତା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଥିବା ସେ କହିଛନ୍ତି ।

ଗତକିଛି ଦିନ ହେବ କମଲନାଥଙ୍କୁ ନେଇ ପାର୍ଟିରେ ବିବାଦ ଆରମ୍ଭ ହୋଇଛି । କମଲନାଥ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ପାର୍ଟୀର ମଧ୍ୟ ଅଧ୍ୟକ୍ଷ ପଦ ନିଜ ପାଖରେ ରଖିଥିଲେ । ଏହା ପରେ ସେ ବିଧାନସଭାରେ ବିରୋଧୀ ଦଳ ନେତା ସହିତ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ମଧ୍ୟ ନିଜ ହାତରେ ରଖିଥିଲେ । ଯାହାକୁ ନେଇ ପାର୍ଟିରେ ବିବାଦ ଦେଖଯାଇଥିଲା । ଏହାକୁ ନେଇ ଶାସକ ବିଜେପି ମଧ୍ୟ ବାରମ୍ବାର କଂଗ୍ରେସ ଗୋଟିଏ ବ୍ୟକ୍ତି ଗୋଟିଏ ପଦକୁ ଅଣଦେଖା କରୁଥିବା କହି ସମାଲୋଚନା କରୁଛି । କିଛି ଦିନ ତଲେ ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋସ୍ତମ ମିଶ୍ରା ମଧ୍ୟ ଏହି ବିଷୟକୁ ନେଇ କହିଥିଲେ ଯେ, କମଲନାଥ ବିରୋଧୀ ଦଳ ନେତା ପଦରୁ ଓହରି ଯାଇ, ଗୋବିନ୍ଦ ସିଂହଙ୍କୁ ବିଧାନସଭାର ବିରୋଧୀ ଦଳ ନେତା କରାଯିବା ଉଚିତ୍ ବୋଲି କହିଥିଲେ ।

 

Get real time updates directly on you device, subscribe now.