fbpx
BSKY
BJD MC SKY
BJD YOUTH SKY

ହଲଦ୍ୱାନୀ ହିଂସାକାଣ୍ଡ: ୪ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ପୋଲିସ କର୍ମୀ ଆହତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାର ହଲଦ୍ୱାନୀରେ ଦେଖାଦେଇଥିବା ହିଂସାକାଣ୍ଡ ଉଗ୍ରରୂପ ଧାରଣ କରିଛି । ପରିସ୍ଥିତି ବେଳକୁ ବେଳ ବଢ଼ିବା କାରଣରୁ ପୋଲିସ ପକ୍ଷରୁ ଏହି ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା । ଏଥିସହିତ ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ଆଦେଶ ଜାରି କରାଯାଇଥିଲା । ତେବେ ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ଏକ ବେଆଇନ ମଦ୍ରାସାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏକାଦ ସାରା ଦେଶରେ ଏକ ଶାନ୍ତି ରାଜ୍ୟ ଭାବେ ପରିଗଣିତ ହୋଇଥିବା ଉତ୍ତରାଖଣ୍ଡର ଏହି ସ୍ଥିତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଉପଦ୍ରବକାରୀମାନେ ପଥରମାଡ଼ କରିବା ସହିତ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ କିଛି ପୋଲିସ କର୍ମୀ ଓ ନଗରପାଳିକା ଅଧିକାରୀ ଆହତ ହୋଇଥିବା ଜଣାପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜଧାନୀ ଡେରାଡୁନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ତେବେ ହଲଦ୍ୱାନୀରେ ଏପରି କ’ଣ ହେଲା ଯେ ସେଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଓ ହିଂସା ବ୍ୟାପିଗଲା, ତାହା ଏକ ବଡ଼ ପ୍ରଶ୍ନ ।

ଏହି ହିଂସାକାଣ୍ଡରେ ଆହତ ହୋଇଥିବା ସମସ୍ତ ପୋଲିସ କର୍ମୀଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା ଓ ସେମାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ଏହି ଘଟଣାରେ ପୂର୍ବରୁ ୧୨ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ । ଉପଦ୍ରବକାରୀମାନେ କିଛି ଘରର ଛାତ ଉପରୁ ପୋଲିସ ଓ ପ୍ରଶାସନିକ ଟିମ୍ ଉପରକୁ ପଥର ମାଡ଼ କରିଥିଲେ । ସେମାନେ କିଛି ଗାଡ଼ି ଓ ସ୍କୁଟରରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବାରୁ ଘଟଣାସ୍ଥଳକୁ ଅତିରିକ୍ତ ପୋଲିସ ଫୋର୍ସଙ୍କୁ ପଠାଯାଇଥିଲା । ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ଠାରୁ ଅତିରିକ୍ତ ପୋଲିସ ଫୋର୍ସ ଦାବି କରାଯାଇଛି ।

Get real time updates directly on you device, subscribe now.