fbpx

୭୧୬ ଜଣ ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସେବା କ୍ୟାଡରରେ ୭୧୬ ଜଣ ସହକାରୀ ଉପ-ବିଭାଗ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଯୁକ୍ତିପତ୍ର ପ୍ରଦାନ କରିବେ । ରାଜ୍ୟ ଗୃହ ବିଭାଗର ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିବେ ।

ନିକଟରେ ଏଥିରେ ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର କରିଥିଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରଫେସରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ ବୃତ୍ତିକୁ ଆପଣାଇବା ଓ ଯୁବପିଢ଼ିଙ୍କୁ ଦକ୍ଷକରି ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Get real time updates directly on you device, subscribe now.