fbpx
BSKY
BJD MC SKY
BJD YOUTH SKY

ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମାଆଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ଦୁଃଖ ଖବର । ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ମାତୃ ବିୟୋଗ ଘଟିଛି । ପ୍ରଦୀପଙ୍କ ମାଆ ଶକୁନ୍ତଳା ଜେନା ଆଉ ନାହାନ୍ତି । ୮୧ ବର୍ଷ ବୟସରେ ଶ୍ରୀମତୀ ଜେନା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ବନ୍ଧୁ, ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗତକାଲି ଦିନ ପାଖାପାଖି ୧.୪୦ ସମୟରେ ଶକୁନ୍ତଳାଙ୍କ ଦେହାନ୍ତ ହୋଇଥିଲା ।

ଶକୁନ୍ତଳାଙ୍କ ପରଲୋକ ଖବର ପାଇ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ପ୍ରମୁଖ ଶାସନ ଶାସନ ସଚିବ ହେମନ୍ତ ଶର୍ମା ଓ ବିଷ୍ଣୁପଦ ସେଠୀ, ବିଶାଳ ଦେବ, ସଞ୍ଜୟ କୁମାର ସିଂହ, ଚିତ୍ରା ଅରୁମୁଗମ୍ ଓ ମନୋଜ କୁମାର ମିଶ୍ରଙ୍କ ପରି ବହୁ ଉଚ୍ଚ ପଦପଦସ୍ଥ ଅଧିକାରୀମାନେ ପ୍ରଦୀପଙ୍କ ୟୁନିଟ-୬ ସ୍ଥିତ ସରକାରୀ ବାସଭବନକୁ ଯାଇ ସ୍ୱର୍ଗୀୟା ଶକୁନ୍ତଳାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ଶକୁନ୍ତଳାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Get real time updates directly on you device, subscribe now.