fbpx
BJD
BJD SKY
BJD SKY

୨୫୦ରୁ ଅଧିକ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କର ପରଲୋକ, ନିଦ ନ ଆସୁଥିବା ରୋଗରେ ଥିଲେ ପୀଡିତ

BJD

ନୂଆଦିଲ୍ଲୀ: ମାଲୟାଲମ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତାଙ୍କର ପରଲୋକ ଘଟିଛି । ସେ ତିରୂବନ୍ତପୁରମରେ ଥିବା ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ ୩ ବର୍ଷ ହେଲାଣି ଡିଂମେସିୟା ନାମକ ରୋଗରେ ପୀଡିତ ଥିଲେ । ତାଙ୍କୁ ବର୍ଷ ବର୍ଷ ଧରି ନିଦ ଆସୁନଥିଲା । ଗତ ବର୍ଷ ତାଙ୍କ ଭଉଣୀ ବିଜୟମ୍ମା କନକଲତାଙ୍କର ଏହି ରୋଗ ବିଷୟରେ ଖୁଲାସା କରିଥିଲେ । ଯାହାର ଲକ୍ଷଣ ୨୦୨୧ ମସିହାରେ ସାମ୍ନାକୁ ଆସିଥିଲା । ଅଗଷ୍ଟ ୨୦୨୨ରେ ଡାକ୍ତର ଯେବେ ତାଙ୍କର ଏମଆରଆଇ ସ୍କାନ କରିଥିଲେ, ସେତେବେଳେ ରିପୋର୍ଟରେ ଡିଂମେସିୟା ରୋଗ ହେବାର ଖୁଲାସା ହୋଇଥିଲା ।

ଗତ ୩୮ ବର୍ଷ ଧରି ସେ ଅଭିନୟ ଦୁନିଆରେ ସକ୍ରିୟ ଥିଲେ । ସେ ୧୯୭୯ରେ ଫିଲ୍ମରେ ଅଭିନୟ କରିଥିଲେ । ତେବେ ଗତବର୍ଷ ମଧ୍ୟରେ ସେ ୨୭୮ଟି ମାଲୟାଲମ ଫିଲ୍ମ କାମ କରିଥିଲେ । କନକଲତା ୧୯୭୯ ବର୍ଷରେ ଆସିଥିବା ମଲୟାଲମ ଫିଲ୍ମ ରାଧା ଏନ୍ନା ପେତ୍ରୁକୁଟୀରେ ଫିଲ୍ମରେ ଡେବ୍ୟୁ କରିଥିଲେ । ତେବେ ସେ ୬୩ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି

Get real time updates directly on you device, subscribe now.