fbpx
BSKY
BJD MC SKY
BJD YOUTH SKY

GSTATର ସଭାପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଞ୍ଜୟ କୁମାର, ଶପଥ ପାଠ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ସୋମବାର ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌(ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବୁନାଲ(GSTAT)ର ପ୍ରଥମ ସଭାପତି ଭାବେ ଶପଥ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଜଷ୍ଟିସ୍ ମିଶ୍ରଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ୪ ବର୍ଷ ପାଇଁ ଜଷ୍ଟିସ୍ ମିଶ୍ର ଏହି ପଦବୀରେ କାର୍ଯ୍ୟଭାର ସମ୍ଭାଳିବେ । ତେବେ ଗତ ୨ ତାରିଖରେ ରାଷ୍ଟ୍ରପତି ଜଷ୍ଟିସ୍ ମିଶ୍ରଙ୍କୁ GSTATର ସଭାପତି ଭାବେ ନିଯୁକ୍ତ କରିଥିଲେ ।

କହିରଖୁଛୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜିଏସଟି ସହ ଜଡ଼ିତ ବିବାଦର ସମାଧାନ ପାଇଁ GSTATର ଗଠନ କରାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ଚ୍ଚ ଓ ସିଲେକସନ୍ କମିଟି ଦ୍ୱାରା ଜଷ୍ଟିସ୍ ମିଶ୍ରଙ୍କୁ GSTATର ପ୍ରଥମ ସଭାପତି ଭାବେ ଚୟନ କରାଯାଇଥିଲା । ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ଜଷ୍ଟିସ୍ ମିଶ୍ର ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

Get real time updates directly on you device, subscribe now.