fbpx
BSKY
BJD MC SKY
BJD YOUTH SKY

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉପଲବ୍ଧ ହେବ ଆଇସିୟୁ ଚିକିତ୍ସା ସେବା: ରଣନୀତି ପ୍ରସ୍ତୁତ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କୁ କିପରି ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ତେବେ ଏଣିକି ଗୁରୁତର ରୋଗୀ ବା ଦୁର୍ଘଟଣାର ଆହତ ବ୍ୟକ୍ତି ସମସ୍ତଙ୍କ ପାଇଁ ଆଇସିୟୁ ଚିକିତ୍ସା ସେବା ଉପଲବ୍ଧ ହେବ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାମାନଙ୍କରେ ଏହି ସେବା ଉପଲବ୍ଧ ହେବା ଫଳରେ ରୋଗୀଙ୍କୁ ଆଉ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ିବ ନାହିଁ । ଜିଲ୍ଲାସ୍ତରରେ ଆଇସିୟୁ ଭିତ୍ତିଭୂମିର ସୁଦୃଢ଼ୀକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।

ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଆଇସିୟୁ ଚିକିତ୍ସା ସେବାର ଏକ ବଡ଼ ଭୂମିକା ରହିଥାଏ । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଆଇସିୟୁ ଶଯ୍ୟା ମିଳିପାରୁ ନଥିବାରୁ ଅନେକ ରୋଗୀଙ୍କ ଅବସ୍ଥା ଜଟିଳ ହୋଇଯାଇଥାଏ । ସେଥିପାଇଁ ରୋଗୀମାନେ ଦୂରତଯାତ୍ରା କରିବା ସହ ଘରୋଇ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଥାନ୍ତି । ଏପରିକି ଏହି ଦୀର୍ଘ ଦୂରତା ବିଶିଷ୍ଟ ଯାତ୍ରା ମଧ୍ୟରେ ସଠିକ୍ ସମୟରେ ଚିକିତ୍ସା ସେବା ନପାଇ ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥାଏ ।

ତେବେ ଆଇସିୟୁ ସେବା ପାଇଁ ବିଶେଷଜ୍ଞ ଡାକ୍ତର, କର୍ମଚାରୀ ମୁଖ୍ୟ ବାଧକ ସାଜୁଥିବା ଦେଖାଯାଇଛି । ସେଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଡାକ୍ତର ଓ ନର୍ସମାନଙ୍କୁ ଆଇସିୟୁ ପରିଚାଳନା ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି । ୩ ମାସ ମଧ୍ୟରେ ଏହି ପ୍ରଶିକ୍ଷଣ ଶେଷ କରାଯିବ । ପ୍ରଥମ ପର୍ଯ୍ୟାୟରେ ସୋନପୁର, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ଡାକ୍ତର ଓ ନର୍ସିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବର୍ତ୍ତମାନ ସମୟରେ ୧୭ଟି ଜିଲ୍ଲାର ଡାକ୍ତରଖାନାରେ ଆଇସିୟୁ ରହିଥିବା ବେଳେ ଅବଶିଷ୍ଟ ୧୩ଟି ଜିଲ୍ଲାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଯାଉଛି । ଆଇସିୟୁ ପରିଚାଳନା ପାଇଁ ଏକ ବିଶେଷଜ୍ଞ ଟିମ ରଣନୀତି ପ୍ରସ୍ତୁତ କରିଥିଲେ । ବିଭାଗର ଅନୁମୋଦନ କ୍ରମେ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

Get real time updates directly on you device, subscribe now.