fbpx
BSKY
BJD MC SKY
BJD YOUTH SKY

ଜୀବନରେ ସଫଳତା ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ କିଣନ୍ତୁ ଏହି ୫ଟି ଜିନିଷ, ସୁଖ-ସମୃଦ୍ଧି ସହ ପ୍ରାପ୍ତି ହେବ ସୌଭାଗ୍ୟ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଅକ୍ଷୟ ତୃତୀୟାର ପର୍ବକୁ ଶୁଭର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ଏହି ଦିନ କିଛି ଶୁଭ କାମ କରିବାରେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଏହି ତିଥିରେ ମାଆ ଲକ୍ଷ୍ମୀଙ୍କ ଆରାଧନା, ଦାନ ଏବଂ କିଣାକିଣି କରିବାକୁ ଶୁଭ ବୋଲି କୁହାଯାଏ । ଏହି ଦିନ ସୁନା-ରୂପା ବ୍ୟତୀତ ମଧ୍ୟ ଅନେକ କିଛି ଜିନିଷ କିଣିପାରିବେ । ଯେଉଁଥିରେ ଆପଣଙ୍କୁ ଲାଭ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଜ୍ୟେତିଷ ଶାସ୍ତ୍ରୀଙ୍କ ଠାରୁ ଏହି ବିଷୟରେ..

ଅକ୍ଷୟ ତୃତୀୟା ଦିନ କିଣାକିଣା ଏବଂ ଶୁଭ କାର୍ଯ୍ୟ ପାଇଁ ବହୁତ ଖାସ ହୋଇଥାଏ । ଏହି ଦିନ ସୁନା ବା ରୂପାରେ ନିର୍ମିତ ଜିନିଷ, ଜମି, ଘର, ଯାନ, ବାସନ, ଇଲେକ୍ଟ୍ରୋନିକ ଜିନିଷ, ଫର୍ଣ୍ଣିଚର, କପଡା ଆଦି କିଣିବା ଶୁଭ ହୋଇଥାଏ । ଏହି ଦିନ ନୂଆ କାର୍ଯ୍ୟର ଆରମ୍ଭ କରିବାରେ ମଧ୍ୟ ଜୀବନରେ ସଫଳତା ମିଳିଥାଏ । ଏହି ଦିନ ମୂଲ୍ୟବାନ ଜିନିଷ କିଣିବା ଦ୍ୱାରା ଏହାର ଶୁଭ ଫଳ ବହୁ ଦିନ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥାଏ ।

ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା ବିଧି ବିଧାନ ସହ କରିବା ଆବଶ୍ୟକ । ଏହା ବ୍ୟତୀତ ଆପଣ ମାଠିଆ, ବାସନ, ଲକ୍ଷ୍ମୀ ମାଆଙ୍କ ଜିନିଷ ପରି ମୂଲ୍ୟବାନ ଧାତୁ, ଶ୍ରୀଯନ୍ତ୍ର, ଦକ୍ଷିଣବର୍ତ୍ତୀ ଶଙ୍ଖ, ଅନେକ ପ୍ରକାର ମେସିନକୁ କିଣିବାରେ ମଧ୍ୟ ଲାଭ ମିଳିଥାଏ ।

Get real time updates directly on you device, subscribe now.