fbpx

EPFOର ୭ କୋଟି ସଦସ୍ୟଙ୍କୁ ଲାଗିପାରେ ଝଟକା: ସୁଧ ହାର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି!

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ପ୍ରତି ଆର୍ଥିକ ବର୍ଷରେ ସୁଧ ହାର ଘୋଷଣା କରାଯାଇଥାଏ । ସେହି ସୁଧ ହାର ଅନୁସାରେ ଖାତାଧାରୀଙ୍କୁ ଉକ୍ତ ଆର୍ଥିକ ବର୍ଷରେ ଜମା ରାଶି ଉପରେ ସୁଧ ପ୍ରଦାନ କରାଯାଇଥାଏ । ଇପିଏଫ ସହ ସାମିଲ ଥିବା ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ପ୍ରଦାନ କରାଯିବାକୁ ଥିବା ସୁଧ ଉପରେ ଆସନ୍ତା ୧୦ ତାରିଖ ଦିନ ବଡ଼ ନିଷ୍ପତ୍ତି ନିଆଯାଇପାରେ ।

ସୂଚନା ମୁତାବକ, କେନ୍ଦ୍ରୀୟ ଟ୍ରଷ୍ଟୀ ବୋର୍ଡ (ସିବିଟି)ର ବୈଠକ ଆସନ୍ତାକାଲି ବସିବ । ସେହି ବୈଠକରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସବସ୍କ୍ରାଇବର୍ସଙ୍କୁ ଦିଅଯିବାକୁ ଥିବା ସୁଧ ଉପରେ ନିଷ୍ପତ୍ତି ହୋଇପାରେ । ଚଳିତ ନିର୍ବାଚନୀ ବର୍ଷ ପାଇଁ ସିବିଟି ପକ୍ଷରୁ ୮ ପ୍ରତିଶତ ସୁଧ ହାର ସୁପାରିଶ କରାଯାଇପାରେ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତ ରହିଥିବା ବେଳେ ତା’ ପୂର୍ବ ବର୍ଷ ୨୦୨୧-୨୨ରେ ତାହା ୮.୧୦ ପ୍ରତିଶତ ରହିଥିଲା ।

ସିବିଟିର ୨୩୫ତମ ବୈଠକ ନେଇ ସାମାଜିକ ସୁରକ୍ଷା ସଂଗଠନ ପକ୍ଷରୁ ବୋର୍ଡର ସମସ୍ତ ସଦସ୍ୟଙ୍କୁ ପତ୍ର ପଠାଯାଇଛି । ବୈଠକରେ ଉପସ୍ଥିତ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଗତବର୍ଷ ମାର୍ଚ୍ଚ ୨୮ ତାରିଖରେ ଇପିଏଫଓ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ଇପିଏଫ ଖାତା ଉପରେ ୮.୧୫ ପ୍ରତିଶତ ସୁଧ ଘୋଷଣା କରାଯାଇଥିଲା । ତେବେ ଯଦି ଏଥର ୮ ପ୍ରତିଶତ ସୁଧ ହାର ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୁଏ ତେବେ ତାହା କୋଟି କୋଟି ଖାତାଧାରୀଙ୍କୁ ଏକ ବଡ଼ ଝଟକା ଦେବ ।

Get real time updates directly on you device, subscribe now.