fbpx

ବାରମ୍ବାର ଏସିଡିଟି ଘାଇଲା କରୁଛି କି, ଆପଣାନ୍ତୁ ଏହି ଦେଶୀ ଉପଚାର

ଆଜିକାଲିର ପିଲାମାନେ ଖାଇବା ପିଇବା ଠିକ ସମୟରେ କରିନଥାନ୍ତି। ଏହା ବହୁ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି। ତେଣୁ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଏସିଡିଟି ଏକ ସାଧାରଣ ସମସ୍ୟା। ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଥିଲେ ବି ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏସିଡିଟିର କିଛି ଘରୋଇ ଉପଚାର ରହିଛି। ଏହା ଦ୍ୱାରା ଏସିଡିଟିରୁ ଆରାମ ମିଳେ। ଆସନ୍ତୁ ଜାଣିବା ଏସିଡିଟି  ହେଲେ କେଉଁ ଘରୋଇ ଉପଚାର ଆପଣେଇବା।

ସମସ୍ତଙ୍କ ଘରେ ପ୍ରାୟେ ଜୁଆଣି ଥାଏ।ଜୁଆଣି ଓ ଲୁଣ ମିଶାଇ ଖାଆନ୍ତୁ। ଏସିଡିଟିି ହୋଇଥିଲେ ଆରାମ ଲାଗିବ।

ପ୍ରତିଦିନ ଅଁଳା ଖାଆନ୍ତୁ। ଏହାସହ ତୁଳସୀପତ୍ର ମଧ୍ୟ ଖାଆନ୍ତୁ। ଅଁଳା ଓ ତୁଳସୀପତ୍ରରେ ବହୁ ଔଷଧୀୟ ଗୁଣ ରହିଛି।

ଜିରାକୁ ଗୁଣ୍ଡ କରି ସେଥିରେ କଳା ଲୁଣ ପକାଇ ଖାଇଲେ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳେ।

ଏସିଡିଟି ହେଲେ ଦହିରେ ହଳଦି ମିଶାଇ ଖାଆନ୍ତୁ। ବହୁତ ଆରାମ ମିଳିଥାଏ।

Get real time updates directly on you device, subscribe now.