fbpx

ଭୀଷଣ ଥଣ୍ଡାରେ ଆମେରିକା-କାନାଡା ବର୍ଡରରେ ୪ ଭାରତୀୟ ମୃତ

ନୂଆଦିଲ୍ଲୀ : ଆମେରିକା ସଂଲଗ୍ନ କାନାଡା ସୀମାରେ ଚାରି ଭାରତୀୟଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଅସହ୍ୟ ଥଣ୍ଡାରେ ଏହି ଭାରତୀୟଙ୍କ ମୃତ୍ୟୁ ଘଟିଛି। ଏହି ବିଷୟରେ ପଚାରି ବୁଝିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏହି ଘଟଣାରେ ଗୋଟିଏ ପରିବାରରର ଚାରି ସଦସ୍ୟଙ୍କ ମୃତ୍ୟୁ ଭୀଷଣ ଥଣ୍ଡା କାରଣରୁ ହୋଇଛି। ଏଥିରେ ଗୋଟିଏ ନବଜାତ ଶିଶୁ ମଧ୍ୟ ସାମିଲ୍। ଏହି ଘଟଣା ବିଦେଶୀ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଏମର୍ସନ ନିକଟସ୍ଥ କାନାଡା-ଆମେରିକା ସୀମାରେ କାନାଡ ପାର୍ଶ୍ଵରେ ଚାରି ଶବ ମିଳିଛି। ଏଥିରେ ଦୁଇ ମୃତଦେହ ସାବାଳକ ହୋଇଥିବା ବେଳେ ଜଣେ ନବଜାତ ଶିଶୁ ମଧ୍ୟ ସାମିଲ୍।

ମାମଲାରେ ପ୍ରତିକ୍ରିୟା ରଖି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରିଛନ୍ତି, କାନାଡା-ଆମେରିକା ସୀମାରେ ଜଣେ ଶିଶୁ ସହିତ ୪ ଭାରତୀୟ ନାଗରିକ ମୃତ୍ୟୁ ଶୁଣି ମର୍ମାହତ। ଆମେରିକା ଓ କାନାଡାରେ ନିଜ ରାଷ୍ଟ୍ରଦୂତଙ୍କ ସ୍ଥିତି ଉପରେ ତତ୍କାଳ ପ୍ରତିକ୍ରିୟା ଦେବାକୁ କହିଛି।
ଘଟଣା ନେଇ କାନାଡାରେ ଭାରତୀୟ ରାଷ୍ଟ୍ରଦୂତ ଅମର ବିସାରିଆ କହିଛନ୍ତି, ଭାରତୀୟ ଉଚ୍ଚାୟୋଗର ଦଳ ଘଟଣାସ୍ଥଳକୁ ଯାଉଛନ୍ତି। ଏହା ଏକ ଦୁଃଖଦ ଘଟଣା। ସହଯୋଗ ଏବଂ ସାହାଯ୍ୟ ପାଇଁ ଟୋରଣ୍ଟୋରୁ ଏକ ଭାରତୀୟ ଦଳ ମୋନିଟୋବା ଯାଉଛନ୍ତି। ଘଟଣାର ଯାଞ୍ଚ ପାଇଁ କାନାଡା ଅଧିକାରୀଙ୍କ ସହିତ କାମ କରିବୁ।

Get real time updates directly on you device, subscribe now.