fbpx

ଇଣ୍ଟରନେଟରେ ଆପଣଙ୍କ ଶୋଇବାର ଭିଡିଓ ଲାଇଭ୍ କରନ୍ତୁ, ରାତି ପିଛା ୪ ଲକ୍ଷ ଟଙ୍କା ରୋଜଗାର

ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ନିଜର ଅଳସୁଆ ଓ ନିଦକୁ ତ୍ୟାଗ କରୁଛନ୍ତି । କିନ୍ତୁ କେହି ଯଦି କୁହେ କି ଶୋଇବା ପାଇଁ ବି ଆପଣ ଟଙ୍କା ପାଇବେ, ତେବେ ରୋଜଗାର କରିବା କେତେ ସହଜ ହୁଅନ୍ତା । ଏବେ ଲୋକମାନେ ଶୋଇ ଟଙ୍କା ରୋଜଗାର କରୁଥିବାର ଟ୍ରେଣ୍ଡ ଚାଲୁଥିବାର ଦେଖିବାକୁ ମିଳିଛି । ବହୁ କମ୍ପାନୀ ଲୋକଙ୍କୁ ଶୋଇବା ପାଇଁ ଟଙ୍କା ଦେଉଛନ୍ତି ।

ଟେକ୍ନୋଲୋଜି ଖବର ଦେଉଥିବା କମ୍ପାନୀ ୱାୟାର୍ଡ ଅନୁଯାୟୀ, ଇଣ୍ଟରନେଟରେ ଲାଇଭ ଷ୍ଟ୍ରିମିଂ କରୁଥିବା କମ୍ପାନୀ ଟ୍ୱିଚ୍ ନିଜର ଗ୍ରାହକମାନଙ୍କୁ ଶୋଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଛି । ଏହାର ଉପଭୋକ୍ତାମାନେ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ । ତୁମେ ଶୋଇଥିବା ବେଳେ ରାତି ସାରା ତୁମର ଲାଇଭ୍ ଷ୍ଟିମିଂ କରିବାକୁ କେବଳ ତୁମକୁ ପଡିବ । ଏଥିପାଇଁ ଟ୍ୱିଚ୍ ବ୍ୟବହାରକାରୀମାନେ ଶୋଇବା ପୂର୍ବରୁ ୱେବକ୍ୟାମକୁ ବେଡ୍ ଆଡକୁ ବୁଲାଇ ଦିଅନ୍ତୁ । ଯାହାଫଳରେ ଆପଣଙ୍କ ଶୋଇବା ସଠିକ୍ ଭାବରେ ରେକର୍ଡ ହୋଇପାରିବ ଓ ଇଣ୍ଟରନେଟରେ ଲାଇଭ୍ ଷ୍ଟିମିଂ ହୋଇପାରିବ ।

ଯେତେବେଳେ ଟ୍ୱିଚ୍ ବ୍ୟବହାରକାରୀମାନେ ଶୋଇଥା’ନ୍ତି ସେତେବେଳେ ତାଙ୍କର ଲାଇଭ୍ ଷ୍ଟ୍ରିମିଂ ହୋଇଥାଏ ଓ ସେମାନଙ୍କର ଅନୁଗାମୀମାନେ ସେମାନଙ୍କୁ ଟଙ୍କା ଦେଇଥାନ୍ତି । ଏହା ମାଧ୍ୟମରେ ପ୍ରତ୍ୟେକ ଟ୍ୱିଚ୍ ବ୍ୟବହାରକାରୀ ଗୋଟିଏ ରାତିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆମେରିକାରେ ଅବସ୍ଥିତ ଏକ ଭିଡିଓ ନିର୍ମାତା କହିଛନ୍ତି ଯେ ସେ ଗୋଟିଏ ରାତିରେ ଶୋଇବାର ଲାଇଭ୍ ଷ୍ଟ୍ରିମିଂ କରି ୫,୬୦୦ ଡଲାର ବା ପ୍ରାୟ ୪,୧୪,୦୦୦ ଟଙ୍କା ରୋଜଗାର କରିଛନ୍ତି ।

ତେବେ ଅନଲାଇନ୍ ସପିଂ ୱେବସାଇଟ୍ ହେଉଛି ଆମାଜନର ନିଜସ୍ୱ କମ୍ପାନୀ ହେଉଛି ଟ୍ୱିଚ୍ । ଏହି ଲାଇଭ୍ ଷ୍ଟ୍ରିମିଂ କମ୍ପାନୀର ସମଗ୍ର ବିଶ୍ୱରେ ପ୍ରାୟ ୧୫୦ ନିୟୁତ ଉପଭୋକ୍ତା ଅଛନ୍ତି । ଏହି ୱେବସାଇଟରେ, ଉପଭୋକ୍ତାମାନେ ଶୋଇବା ସହିତ ଦିନରେ ଯାହା କରନ୍ତି ତାହା ଭିଡିଓ କିମ୍ବା ଲାଇଭ୍ ଷ୍ଟ୍ରିମିଂ କରିପାରିବେ । ଟ୍ୱିଟର ବ୍ୟବହାରକାରୀ ସେସିଲା ଆନାସ୍ତାସିଓ ଟ୍ୱିଟ୍ କରିଛନ୍ତି ଯେ, ଆପଣ ଏହି ୱେବସାଇଟରେ ଖେଳ, ଚାଟିଂ କିମ୍ବା କୌଣସି ପାର୍ଟିର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିପାରିବେ । ପ୍ରତିବଦଳରେ ଆପଣ ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.