fbpx
BJD
BJD SKY
BJD SKY

କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ଚାଲିଗଲା ୪ ଜୀବନ: ପହଞ୍ଚିନି ମେଡିକାଲ ଟିମ୍

ରାୟଗଡ଼ା(ଓଡ଼ିଶା ଭାସ୍କର): କରୋନା ପୁଣି ବଢ଼ୁଥିବା ବେଳେ ରାୟଗଡ଼ା କାଶିପୁର ବ୍ଲକରେ ଝାଡ଼ାବାନ୍ତି ସାଜିଛି ମୁଣ୍ଡବିନ୍ଧାର କାରଣ । ଝାଡ଼ାବାନ୍ତି ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲି ରାତିରେ ଟିକିରି ଝଡ଼ିଆସାହିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହା ସହ ଟିକିରି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆକ୍ରାନ୍ତ ଏବେ ଟିକିରି ଓ କାଶିପୁର ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ବ୍ୟତୀତ ଗାଁରେ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ମେଡିକାଲ ଟିମ୍ ଗାଁରେ ପହଞ୍ଚି ନାହାନ୍ତି । ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହଛନ୍ତି ରାୟଗଡ଼ା ସିଡିଏମଓ ।

Get real time updates directly on you device, subscribe now.