fbpx

ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ

AAKASH

ବୁଲନ୍ଦଶହର,୮ ।୧: ମଦ ନେଲା ଜୀବନ । ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ସିକନ୍ଦରାବାଦ ଗାଁ ଜୀତଗଡିରେ ବିଷାକ୍ତ ମଦକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସେଠାରେ ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । କୁହାଯାଉଛି ଯେ, ସେମାନେ ଗାଁରେ ବିକ୍ରି ହେଉଥିବା ମଦ ହିଁ କିଣିଥିଲେ । ଏହି ମାମଲାରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୪ ଜଣଙ୍କର ମୃତ୍ୟୁ ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି । ଗୁରୁତର ହୋଇଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କୁ ହାୟର ହେଲ୍ଥ ସେଣ୍ଟରକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ନୀତିର ଅପରାଧୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.