fbpx

କୋଲ୍ଡ ଡ୍ରିଙ୍କସ ପାଇଁ ୪ ପୋଲିସକର୍ମୀ ସସପେଣ୍ଡ: ଜାଣନ୍ତୁ ଅଜବ ଘଟଣା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଗୋରଖପୁରର ଖୋରାବାର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଜବ ଘଟଣା । ସାମାନ୍ୟ କୋଲ୍ଡ ଡ୍ରିଙ୍କସ ପାଇଁ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଜ ଚାକିରିରୁ ସସପେଣ୍ଡ କରାଯାଇଛି । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁତିବ, କିନ୍ତୁ ଘଟଣା ଏକଦମ ସତ । କୋଲ୍ଡ ଡ୍ରିଙ୍କସ ପିଇବା ପରେ ଗଣ୍ଡଗୋଳ କରିବା ଅଭିଯୋଗରେ ଏମାନଭ୍କ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ, ୨ ଜଣ ପୋଲିସ କର୍ମୀ ଗୋଟିଏ ଦୋକାନରୁ କୋଲ୍ଡ ଡ୍ରିଙ୍କସ ପିଉଥିଲେ । ତେବେ ଏହାପରେ ଦୋକାନୀଜଣକ ପଇସା ମାଗିବାରୁ ଟଙ୍କା ବଦଳରେ ଦବଙ୍ଗଗିରି ଆରମ୍ଭ କରି ଦେଇଥିଲେ ପୋଲିସ କର୍ମୀ । ଦୋକାନୀ ଉପରକୁ ହଠାତ ସେମାନେ ଆକ୍ରମଣ କରିଥିଲେ । ମାଡ ମାରି ଧିରଜଙ୍କୁ ଲହୁଲୁହାଣ କରି ଦେଇଥିଲେ ଦବଙ୍ଗ ପୋଲିସ । ଏତିକି ନୁହେଁ ଦେଖି ନେବୁ ବୋଲି ଧମକ ଦେଇ ମଧ୍ୟ ଯାଇଥିଲେ । କିଛି ସମୟ ପରେ ୪ ଜଣ ପୋଲିସ କର୍ମଚାରୀ ପହଞ୍ଚି ତାଙ୍କ ଦୋକାନକୁ ସର୍ଚ୍ଚ କରିବା ବାହାନାରେ ଟଙ୍କା ମାଗିଥିଲେ । ତେବେ ଧିରଜ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି ।

ଏ ନେଇ ଏକ ପୋଲିସର ଦ୍ୱାରସ୍ଥ ହୋଇଥିଲେ ହେଁ, ମାମଲା ରୁଜୁ କରାଯାଇ ନଥିଲା । ଫଳରେ ଧିରଜ ଏଏସପି ବିପିନ ତାଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଶ୍ରୀ ତାଡା ଘଟଣା ତଦନ୍ତ କରି ସତ୍ୟସତ୍ୟ ଜାଣିବାକୁ ପାଇଥିଲେ । ତେଣୁ ଧିରଜଙ୍କ ଅଭିଯୋଗ ଅନୁଯାୟୀ ମାମଲାରେ ସମ୍ପୃକ୍ତ ୪ ଜଣ ପୋଲିସକର୍ମୀଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.