fbpx
BSKY
BJD MC SKY
BJD YOUTH SKY

ପୋଲ ଛିଡିବା ଘଟଣାରେ ୪ ଗିରଫ: ୯ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା ପୋଲିସ

ଗୁଜୁରାଟ: ଗୁଜୁରାଟର ମାଛୁ ନଦୀ ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୦ର ନିକଟତର ହେବାକୁ ଲାଗିଲାଣି । ଏଭଳି ଏକ ବିରାଟ ଅଘଟଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଅଟକ ରକିଥିବା ୯ ଜଣ କର୍ମଚାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ହାଜତ ଭିତରକୁ ନେଇଛି କରିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ଏଭଳି ଏକ ବଡ ଦୁର୍ଘଟଣା ଏବେ ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାଛୁ ନଦୀର ଝୁଲାପୋଲ ଛିଡିଯିବାରୁ ଏବେ ୧୪୧ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ବେଳେ ଏହି ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ତେବେ ପୋଲିସ ଏହି ଘଟଣାକୁ କେନ୍ଦ୍ର କରି ଝୁଲାପୋଲ ରକ୍ଷଣାବେକ୍ଷଣ ସଂସ୍ଥାର ୯ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ତେବେ ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ତଦନ୍ତ ମଧ୍ୟ ଆଗକୁ ବଢାଇଛି ।

Get real time updates directly on you device, subscribe now.