fbpx
BJD SKY
BJD SKY

କାଶ୍ମୀର ଘାଟିରେ ଟଳିଲେ ୪ ଜୈଶ ଆତଙ୍କବାଦୀ

BJD

କାଶ୍ମୀର,୧୯ ।୧୧: ଜମ୍ମୁ-କାଶ୍ମୀର ନାଗ୍ରୋଟାରେ ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନେ ଟ୍ର୍ରକରେ ଲୁଚି ଆସୁଥିବା ଗୁପ୍ତ ସୂଚନା ମିଳିଥିଲା । ସୂଚନା ଆଧାରରେ ସିଲ୍ କରି କରି ଯାଞ୍ଚକୁ କଡାକଡି କରାଯାଇଥିଲା । ଚେକିଂ ବେଳେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ, ଯାହାର କଡା ଜବାବ ଦେଇଥିଲେ ଯବାନ ।

ତେବେ ଟ୍ରକରୁ ବିପୁଳ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଗୁଳି ବିନିମୟରେ ଜମ୍ମୁକାଶ୍ମୀର ପୋଲିସର ୪ ଯବାନ ସାମାନ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.