fbpx
BJD
BJD SKY
BJD SKY

କରୋନା ଭାଇରସ୍, ୪ସହର ବନ୍ଦ୍

ମହାରାଷ୍ଟ୍ର, ୨୦ା୩: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ୪ ସହରରେ ୩୧ମାର୍ଚ୍ଚ ଯାଏଁ ସମସ୍ତ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ୪ସହରରେ ସେବା ବନ୍ଦ କରାଯାଇଛି । ଚାରି ସହରରେ ପରିବହନ ଓ ସ୍ୱାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ ସବୁକୁ ବନ୍ଦ କରାଯାଇଛି । ମୁମ୍ବାଇ, ନାଗପୁର, ପୁଣେ, ପିମ୍ପରି ଚିଞ୍ଚବଡ଼ ସହର ବନ୍ଦ କରାଯାଇଛି ।
ଅନ୍ୟପଟେ ଦିଲ୍ଲୀ ସରକାର ମଧ୍ୟ କରୋନା ସତର୍କତାକୁ ନେଇ ସମସ୍ତ ସପିଂ ମଲ୍ ବନ୍ଦ କରିଛନ୍ତି । ସେଠାରେ କେବଳ ଔଷଧ, ଗ୍ରସରୀ ଓ ମଦ ଦୋକାନ ଖୋଲା ରହିବ ।
ଦିନକୁ ଦିନ କାୟା ବିସ୍ତାର କରିଥିବା କରୋନା ଭାଇରସ୍ ସମସ୍ତିଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଭାରତରେ କରୋନାରେ ୨୦୬ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.